ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପ୍ରଥମ ମୁକାବିଲାରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଆଉ ପର୍ଥ ମଇଦାନରେ ଅଷ୍ଟ୍ରେଲିଆ ପ୍ରଥମ ଥର ପରାଜୟର ସ୍ଵାଦ ଚାଖିଛି। ଏହି ବିଶାଳ ବିଜୟ ସହ ଭାରତ ପୁଣି ଥରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି)ର ପଏଣ୍ଟ ତାଲିକାରେ ଶୀର୍ଷରେ ପହଞ୍ଚିଛି। ଆଉ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି।
ଭାରତୀୟ ଦଳ ୧୫ଟି ମ୍ୟାଚ୍ରୁ ୯ ବିଜୟ ସହ ପଏଣ୍ଟ ଟେବୁଲରେ ଦଳର ବିଜୟ ପ୍ରତିଶତ ୬୧.୧୧ ପ୍ରତିଶତ ରହିଛି। ଦ୍ଵିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୫୭.୬୯କୁ ଖସି ଆସିଛି। ତେବେ ପ୍ରଥମ ଟେଷ୍ଟ ଜିତିବା ଅର୍ଥ ଏହା ନୁହେଁ ଯେ ଭାରତର ଫାଇନାଲ୍ ମାର୍ଗ ସହଜ ହୋଇଛି। ଯଦି ଭାରତୀୟ ଦଳକୁ ବିନା କାହା ଉପରେ ନିର୍ଭର ନ କରି ଫାଇନାଲ୍ରେ ପହଞ୍ଚିବାକ ଚାହୁଁଛି ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ୪ କିମ୍ବା ସେଥିରୁ ଅଧିକ ବିଜୟ ଦରକାର।
ଯଦି ଭାରତ କ୍ଲିନ ସୁଇପ୍ କରି କରି ଦିଏ ତେବେ ଦଳର ବିଜୟ ପ୍ରତିଶତ ସର୍ବାଧିକ ୬୯.୨୯ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ। ଉଲ୍ଲେଖନୀୟ ଫାଇନାଲ୍ ଦୌଡ଼ରେ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବେଶି ପଛରେ ନାହାନ୍ତି। ଶ୍ରୀଲଙ୍କା ଏବେ ୫୫.୫୬ ବିଜୟ ପ୍ରତିଶତ ସହ ତୃତୀୟ ସ୍ଥାନ, ୫୪.୫୫ ପ୍ରତିଶତ ସହ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ଦକ୍ଷିଣ ଆଫ୍ରିକା ୫୪.୧୭ ପ୍ରତିଶତ ସହ ପଞ୍ଚମରେ ରହିଛି