ନୂଆଦିଲ୍ଲୀ ୨୬/୧୧: ପର୍ଥ ଟେଷ୍ଟରେ ଐତିହାସିକ ବିଜୟର ହିରୋ ଭାରତର ନମ୍ୱର ଓ୍ୱାନ ବୋଲର ଜଶପ୍ରୀତ ବୁମରା । କାରଣ କ୍ୟାପଟେନ୍ ହିସାବରେ ବୋହିଥିଲେ ଟିମ୍ର ଭାର । ବୁମ୍ ବମ୍ଙ୍କ ଶାଣିତ ବୋଲିଂରେ ମାଟି କାମୁଡ଼ିଥିଲେ କଙ୍ଗାରୁ ଆଣ୍ଡ କୋ । ପ୍ରଥମ ଟେଷ୍ଟରେ ହାତେଇଥିଲେ ୮ ଓ୍ୱିକେଟ ।
ଆଉ ଟିମ୍କୁ ଦେଇଥିଲେ ବିଜୟ । ତେବେ ତାଙ୍କର ଏହି ବିଜୟ ପରେ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଥିଲେ ବୁମକା । ଆଉ ବିଜୟର ସବୁ ଶ୍ରେୟ ଦେଇଥିଲେ ପୁଅ ଅଙ୍ଗଦକୁ । କହିଥିଲେ ଏହି ବିଜୟ ମୋ ପାଇଁ ମୋ ପାଇଁ ସ୍ୱତନ୍ତ୍ର, ଅଧିନାୟକ ଭାବେ ଏହି ମୋର ପ୍ରଥମ ବିଜୟ । ଏଣୁ ମୋ ପାଇଁ ଏହି ବିଜୟ ବହୁତ ସ୍ପେଶାଲ । ମୁଁ ବହୁତ ଖୁସି, କାରଣ ମୋତେ ଚିୟର କରିବାକୁ ପର୍ଥ ମୈଦାନରେ ଥିଲା ମୋ ପୁଅ ଅଙ୍ଗଦ । ଆଉ ଏହି ମୁହୂର୍ତ୍ତକୁ ସର୍ବଦା ମୋ ହୃଦୟରେ ସାଇତି ରଖିବି ।
Jasprit Bumrah said, "my son and wife are here. He is still very young, but when he grows up, I have so many stories to tell. Winning the T20 World Cup and now here in Perth". 🥺❤️ pic.twitter.com/45oRq4tyQe
— Mufaddal Vohra (@mufaddal_vohra) November 25, 2024
ଆଉ ଯେତେବେଳେ ସେ ବଡ ହୋଇଯିବେ ସେତେବେଳେ ସେସବୁକୁ ଶୁଣାଇବି । ମୋ ପାଖରେ ବହୁତ କାହାଣୀ ଅଛି । ସେ ସବୁକୁ ଶୁଣିବ, ଆଉ ଉପଲବ୍ଧି ବି କରିବ । ଟି-୨୦ ବିଜୟ ବେଳେ ଅଙ୍ଗଦ ଆମ ସହ ଥିଲା କିନ୍ତୁ, ସେ ବହୁତ ଛୋଟ ଥିଲା । ଏ ବିଷୟରେ ତାକୁ ଜଣାଇବି ଯେ, ତୁ ଯେତେବେଳେ ଛୋଟ ଥିଲୁ ଆମକୁ ଦେଖୁଥିଲୁ ସେତେବେଳେ ଆମ କରୁଥିଲୁ ବିଜୟର ସେଲିବ୍ରେସନ ।