ଏମିତି ବି ଆସେ ମୃତ୍ୟୁ, ରିହର୍ସଲ ବେଳେ ଷ୍ଟେଜରେ ଟଳିପଡିଲେ ନୃତ୍ୟ ଗୁରୁ

Published By : Prameya-News7 Bureau | July 26, 2024 IST

ଯାଜପୁର ୨୬/୭: ଅପେରା କ୍ୟାମ୍ପରେ ଚାଲିଥିଲା ରିହର୍ସଲ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯାଜ୍ଞସେନୀ ଅପେରାର ନୃତ୍ୟ ଗୁରୁ ମାୟାଧର ଜେନାଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ।

ପାଣିକୋଇଲି ଥାନା ସଠିପୁର ଅପେରା କ୍ୟାମ୍ପରେ ଅଘଟଣ । ପୂର୍ବାହ୍ନ ସମୟରେ କ୍ୟାମ୍ପରେ ରିହର୍ସଲ ଚାଲିଥିବାବେଳେ ମାୟାଧର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ତାଙ୍କୁ ତୁରନ୍ତ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମାୟାଧରଙ୍କ ମୃତ୍ୟୁ ପରେ ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.