ବିନିକା: କମ୍ପାନିରେ ଜେସିବି ଅପରେଟର ଭାବରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ କମ୍ପାନି ମାଲିକଙ୍କ ନିର୍ଯାତନା ଅଭିଯୋଗ। ଏହାକୁ ନେଇ ଶନିବାର ଜେସିବି ଚାଳକ ସଙ୍ଘ ପକ୍ଷରୁ ନିର୍ଯାତନାର ଶିକାର ହୋଇଥିବା ଯୁବକଙ୍କୁ ନ୍ୟାୟ ଦାବିରେ ଜେସିବି ଚାଳକ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଡାଲଡବାଠାରେ ଥିବା ଜେଆରପି କଷ୍ଟ୍ରରକସନ କମ୍ପାନି ସମ୍ମୁଖରେ ଶନିବାର ଜେସିବି ଚାଳକ ସଙ୍ଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ସଂଘର କାର୍ଯକର୍ତ୍ତା ଅଭିଯୋଗ କରିଛନ୍ତି କମ୍ପାନିରେ କାମ କରୁଥିବା ଜେସିବି ଚାଳକ ଚିନ୍ମୟ ସ୍ୱାଇଁଙ୍କୁ, ଚୋରି ଅଭିଯୋଗରେ କମ୍ପାନିର ଜୟରାମ ପୁଝାରୀଙ୍କ ପୁଅ ଆକାଶ ପୁଝାରୀ ଏବଂ ତାଙ୍କର ବଡିଗାର୍ଡ ମାଡ଼ ମାରିଛନ୍ତି। ଏହା ସହ ସେମାନେ ଚିନ୍ମୟଙ୍କ ଉପରେ ଗରମ ପାଣି ଢ଼ାଳି ତାଙ୍କୁ ଦରମରା କରିଦେଇଛନ୍ତି।
ଏଥିରେ ଚିନ୍ମୟଙ୍କ ଶରୀରର ଅଧାଭାଗ ପୋଡ଼ିଯାଇଥିବାବେଳେ ଏବେ ସେ ଚିକିତ୍ସାଧୀନ ଅଛନ୍ତି l ଏହାକୁ ନେଇ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘ ପକ୍ଷରୁ ଜେଆରପି କନଷ୍ଟ୍ରକ୍ସନ କମ୍ପାନି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ ଆକାଶ ପୁଝାରୀଙ୍କ ଗିରଫ ଦାବି କରିବା ସହ ଚିନ୍ମୟଙ୍କ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଦାବି କରାଯାଇଛି।