ଗ୍ୟାଙ୍ଗଷ୍ଟାର୍‌ର ପତ୍ନୀ ପାୟଲ ମୋଷ୍ଟ ଓ୍ୱାଣ୍ଟେଡ୍‌ ଘୋଷିତ, ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଜୀବା ମାହେଶ୍ୱରୀର ପତ୍ନୀ ପାୟଲ ମହେଶ୍ୱରୀଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ଘୋଷଣା କରାଯାଇଛି।  ତାଙ୍କ ନାଁରେ 25,000 ଟଙ୍କା ପୁରସ୍କାର ଘୋଷଣା କରିଛି ମୁଜାଫରନଗର ପୋଲିସ। ଏନେଇ ସୂଚନା ଦେଇଛନ୍ତି ମୁଜାଫରନଗର ପୋଲି ଏସ୍‌ପି ଅଭିଷେକ ସିଂ।

ପାୟଲ ମହେଶ୍ୱରୀଙ୍କ ସ୍ୱାମୀ ସ୍ୱର୍ଗତ ସଞ୍ଜୀବ ମହେଶ୍ୱରୀ ଓରଫ୍‌ ଜୀଭା ଜଣେ କୁଖ୍ୟାତ ମାଫିଆ ଥିଲେ। ସଞ୍ଜୀବ ଜୀଭା ଶାମଲି ଜିଲ୍ଲାର ଆଡାମପୁର ଗାଁର ବାସିନ୍ଦା। ବର୍ତ୍ତମାନ ପରିବାର ଦିଲ୍ଲୀରେ ରୁହନ୍ତି। ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ପୋଲିସ ପାୟଲକୁ ଖୋଜୁଛି।

ତାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଘୋଷଣା କରାଯାଇଛି। ଜୀବାକୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାପୂର୍ବରୁ ମୁଖତାରର ପତ୍ନୀ ଅଫସା ଅନସାରୀ ଓ ଅତୀକ ଅହମଦ ପତ୍ନୀ ସାଇସ୍ତା ଅନସାରୀ ବି ଫେରାର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.