କେନାଲରେ ଭାସୁଛି JEଙ୍କ ମୃତଦେହ, ଅଫିସ୍‌ ଯାଇ ଘରକୁ ଫେରିନଥିଲେ

Published By : Prameya-News7 Bureau | February 02, 2024 IST

ଧର୍ମଗଡ଼: କେନାଲରୁ ଉଦ୍ଧାର ହେଲା JEଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧର୍ମଗଡ଼ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ। ମିଳିଥିବା ସୂଚନା ଗତକାଲି JE ଭବାନୀଶଙ୍କର ଅଫିସ ଯାଇ ଘରକୁ ଫେରିନଥିଲେ। ଆଉ ଶୁକ୍ରବାର ସକାଳୁ କେନାଲରେ ତାଙ୍କର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ତାଙ୍କ ମୃତଦେହ ନିକଟରୁ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ମିଳିଥିବାବେଳେ ଘଟଣାସ୍ଥଳରୁ ତାଙ୍କ ବାଇକ୍‌ ମଧ୍ୟ ଜବତ ହୋଇଛି । ସେ କୁସୁମଖୁଣ୍ଟି ଡିଭିଜନରେ କାମ କରୁଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Story Updating...

You Can Also Read: ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ଚୋଟ, ଗାଡି ଧୂଆଁକୁ ନେଇ ଲାଗିଥିଲା ବିବାଦ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.