ନୂଆଦିଲ୍ଲୀ ୨୪।୧୧: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନୂଆ ସରକାର । କିନ୍ତୁ ଜାଣନ୍ତି କି ଏହି ୨ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମାରେ କଣ ରହିଛି ପାର୍ଥକ୍ୟ । ଆସନ୍ତୁ ଜାଣିବା… ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ଅଧିକ ଦରମା ।
କିନ୍ତୁ ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ଦରମା ବୃଦ୍ଧି ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସରେ ୩.୪ ଲକ୍ଷ ଟଙ୍କା ଦରମା ମିଳିଥାଏ । ଏହା ହେଉଛି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦରମା ଠାରୁ ଅଧିକ ।
ସେହିପରି ପୂର୍ବରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଦରମା ୮୦ ହଜାର ଟଙ୍କା ଥିଲା। ବର୍ତ୍ତମାନ ଏହାକୁ ୨୦ ହଜାର ବୃଦ୍ଦି କରାଯାଇଛି । ଅର୍ଥାତ୍ ବର୍ତ୍ତମାନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଦରମା ୧ ଲକ୍ଷ ଟଙ୍କା । ମହାରାଷ୍ଟ୍ରର ବିଧାୟକମାନେ ଝାଡଖଣ୍ଡ ତୁଳନାରେ ଅଧିକ ଦରମା ପାଇଥାନ୍ତି ।
ଝାଡଖଣ୍ଡର ବିଧାୟକଙ୍କ ଦରମା ୬୦ ହଜାର ଟଙ୍କା ହୋଇଥିବା ବେଳେ ମହାରାଷ୍ଟ୍ରରେ ବିଧାୟକଙ୍କ ଦରମା ପ୍ରାୟ ୨ ଲକ୍ଷ ଟଙ୍କା। ଝାଡଖଣ୍ଡ ଏବଂ ମହାରାଷ୍ଟ୍ରର ସିଏମ୍ଙ୍କ ଦରମାରେ ପ୍ରାୟ ୨.୪ ଲକ୍ଷ ଟଙ୍କାର ରହିଛି ପାର୍ଥକ୍ୟ ।
ମହାରାଷ୍ଟ୍ରରେ ଦରମା ସହିତ ଆହୁରି ଅନେକ ସୁବିଧା ମିଳିଥାଏ । ଏହି ସୁବିଧା ଝାଡଖଣ୍ଡରେ ସୀମିତ ରହିଛି । କିନ୍ତୁ ଉନ୍ନତି ପାଇଁ ଚାଲିଛି ଉଦ୍ୟମ । ମହାରାଷ୍ଟ୍ର ଅର୍ଥନୈତିକ ଦୃଷ୍ଟିରୁ ଅଧିକ ଶକ୍ତିଶାଳୀ । ତେଣୁ ଏଠାରେ ଦରମା ଏବଂ ସୁବିଧା ଭଲ । ତେବେ ଏହି ବ୍ୟବଧାନକୁ ବନ୍ଦ କରିବା ପାଇଁ ଝାଡଖଣ୍ଡକୁ ଅଧିକ ପରିଶ୍ରମ କରିବାକୁ ପଡିବ ।