ଅଂଶୁଘାତ ମୁକାବିଲା ନେଇ ଝାରସୁଗୁଡାରେ ବୈଠକ, ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ

Published By : Prameya-News7 Bureau | May 31, 2024 IST

ଝାରସୁଗୁଡା ୩୧।୫: ହିଟ୍ ୱେଭକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଶ୍ରମ, ପରିବହନ, ସ୍କୁଲ, ଅଙ୍ଗନଓ୍ବାଡୀ ପରି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଅଂଶୁଘାତ ମୁକାବିଲା ପାଇଁ ଆଲୋଚନା କରାଯାଇଛି  l ଏହାସହ ବ୍ରଜରାଜନଗରରେ ଝାରସୁଗୁଡା ଉପଜିଲ୍ଲାପାଳ, ଝାରସୁଗୁଡା RTO, ବ୍ରଜରାଜନଗର SDPOଙ୍କ ଉପସ୍ଥିତିରେ ଟ୍ରକ୍ ମାଲିକ ସଙ୍ଘ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି l 

ଅସହ୍ୟ ତାତି ଏବଂ ଗୁଳୁଗୁଳି ଯୋଗୁଁ ଝାରସୁଗୁଡା ଜିଲ୍ଲାରେ ଅଂଶୁଘାତଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି l ଜିଲ୍ଲାରେ ଗତକାଲି ୭ ଜଣ ଡ୍ରାଇଭର ଏବଂ ଜଣେ ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି l ଯାହା ଅଂଶୁଘାତ ଜନିତ ବୋଲି ଅନୁମାନ କରାଯାଉଛି  l ତେବେ ଏହି ଅଂଶୁଘାତଜନିତ ମୃତ୍ୟୁ ରୋକିବା ପାଇଁ ଜିଲ୍ଲାପାଳ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି l ଏହାସହ ବ୍ରଜରାଜନଗରରେ ଟ୍ରକ ମାଲିକ ସଙ୍ଘ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି l ଅଂଶୁଘାତ ମୁକାବିଲା ପାଇଁ ସମସ୍ତ ପ୍ରକାର ପରାମର୍ଶ ଦିଆଯିବା ସହ ଜିଲ୍ଲାରେ ଯେପରି ଅଂଶୁଘାତଜନିତ କୌଣସି ଅଘଟଣ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଝାରସୁଗୁଡା ଉପଜିଲ୍ଲାପାଳ କହିଛନ୍ତି l

You Can Read :

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ, ଇଭିଏମ୍ ଭଙ୍ଗାରୁଜା ଘଟଣାରେ ହୋଇଛନ୍ତି ଗିରଫ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.