ଖୁବ୍‌ଶୀଘ୍ର 5G ସ୍ମାର୍ଟଫୋନ୍‌ ଲଞ୍ଚ କରିବ JIO, ଦାମ୍‌ ରହିପାରେ ୯ ହଜାରରୁ କମ୍

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବ ଜିଓ ୫ଜି ଫୋନ୍‌। ଏହି ୫ଜି ଫୋନ୍‌କୁ କ୍ବାଲକମ୍‌ ସହ ମିଶି ପ୍ରସ୍ତୁତ କରୁଛି ଜିଓ। ଏନେଇ କ୍ବାଲକମ୍‌ ସ୍ପଷ୍ଟ କରିଛି। ଏହା ପ୍ରଥମ ଥର ଯେତେବେଳେ କୌଣସି ଜିଓ ଫୋନ୍‌ କ୍ବାଲକମ୍ ଚିପସେଟ୍‌ ସହ ଆସିବ।

ରିପୋର୍ଟ ଅନୁଯାୟୀ ଭାରତରେ ଏହି ଫୋନ୍‌ର ଦାମ୍‌ ୯ ହଜାରରୁ କମ୍ ରହିପାରେ । ସୂଚନାଥାଉକି, ୨୦୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୫ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ ୫ଜି ଉତ୍ପାଦ ବିକଶିତ କରିବା ପାଇଁ ରିଲାଏନ୍ସ ଜିଓ ଏବଂ କ୍ବାଲକମ ମଧ୍ୟ​ରେ ସହଭାଗିତା ନେଇ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଲୋକଙ୍କୁ ଭୁଆଁ ବୁଲାଉଥିବାରୁ ପତଞ୍ଜଳି ଆୟୁର୍ବେଦ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ; ଏହି ବିଜ୍ଞାପନ ଉପରେ ଲାଗିଲା ବ୍ୟାନ୍

ଏହା ପୂର୍ବରୁ ଜାନୁଆରୀ ୨୦୨୪ରେ ଚେନ୍ନାଇରେ ଏକ ଡିଜାଇନ ଷ୍ଟୋର ନିର୍ମାଣ ପାଇଁ ୧୭୭.୨୭ କୋଟି ଟଙ୍କା ନିବେଶ କରିବା ନେଇ ମଧ୍ୟ କ୍ବାଲକମ୍ ଘୋଷଣା କରିଛି । ଏବେ ଭାରତରେ କ୍ବାଲକମ୍‌ର ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ସେଣ୍ଟର ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଏବଂ ନୋଏଡାରେ ରହିଛି।

କ୍ବାଲକମ୍‌ର ଏସଭିପି ଏବଂ ହ୍ୟାଣ୍ଡସେଟ ଜେନେରାଲ ମ୍ୟାନେଜର କ୍ରିସ ପାଟ୍ରିକ୍‌ କହିଛନ୍ତି ‘‘ନୂଆ ଚିପସେଟ୍‌ ସହ କମ୍ ମୂଲ୍ୟରେ ସ୍ମାର୍ଟଫୋନ୍‌ ଚାହୁଥିବା ଗ୍ରାହକଙ୍କୁ ୫ଜି ଅନୁଭବ ଦେବାକୁ ଚାହୁଛୁ । ୪ଜି ଏବଂ ୫ଜିକୁ ଯିବା ଉପରେ ବେଶ୍‌ ଧ୍ୟାନ ଦିଆଯାଉଛି। ଆମର ଇଣ୍ଡିଆନ ରିସର୍ଚ୍ଚ ଆଣ୍ଡ ଡେଭଲପେମେଣ୍ଟ ଟିମ୍‌ ନୂଆ ଚିପସେଟକୁ ବିକଶିତ କରିବା ପାଇଁ ବେଶ୍ ପରିଶ୍ରମ କରୁଛନ୍ତି।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.