ଶୁଭ ମୁହୂର୍ତ୍ତରେ ଖୋଲିବ ରତ୍ନଭଣ୍ଡାର, ଭିତରକୁ ଯିବେ ୧୧ ସଦସ୍ୟ- ଜଷ୍ଟିସ୍ ବିଶ୍ୱନାଥ ରଥ

Published By : Prameya-News7 Bureau | July 14, 2024 IST

ପୁରୀ ୧୪।୦୭ : ଆଉ କିଛି ସମୟ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବସିଥିଲା ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ । ଏସ୍‌ଓପି ଅନୁସାରେ ମଧ୍ୟାହ୍ନ ୧୨ଟାରେ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । 

ତେବେ ବୈଠକ ପରେ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି ଯେ, ରତ୍ନଭଣ୍ଡାର ମଧ୍ୟକୁ ୧୧ ଜଣ ସଦସ୍ୟ ପ୍ରବେଶ କରିବେ । ଏଥିରେ ଦୁଇ ଜଣ ତଦାରଖ କମିଟିର ସଦସ୍ୟ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଭଣ୍ଡାର ମେକାପ, ଦେଉଳ କରଣ , ତଢ଼ଉକରଣ, ଗଜପତିଙ୍କ ପ୍ରତିନିଧି, ଏସଆଇ, ଓ ପରିଚାଳନା କମିଟି ଦୁଇ ଜଣ ସଦସ୍ୟ ରହିବେ ।

ସେପଟେ ରତ୍ନ ଗଣତିମଣତି, ସ୍ଥାନାନ୍ତର ଓ ରତ୍ନଭଣ୍ଡାର ମରାମତି ନେଇ ବିଭିନ୍ନ କମିଟି କରାଯାଇଛି। ଏହାର ଅଧ୍ୟକ୍ଷମାନେ ଆବଶ୍ୟକ କାର୍ଯ୍ୟ ତୁଲାଇବେ। ରତ୍ନଭଣ୍ଡାରରେ ମହଜୁଦ୍‌ ଥିବା ସିନ୍ଦୁକ ସିଲ୍‌ ଉଦ୍ଧାର କରାଯାଇ ଶ୍ରୀମନ୍ଦିର ଭିତରେ କରାଯାଇଥିବା ଦୁଇଟି ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରି ରଖାଯିବ । ଖଟଶେଜ ଘର ଓ ଚାଙ୍ଗଡ଼ା ଘରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ କରାଯାଇଛି । ରତ୍ନଭଣ୍ଡାର ଗଣତିମଣତି ସମୟରେ ରେକର୍ଡ ରଖିବାକୁ ଭିଡିଓଗ୍ରାଫି କରାଯିବ । ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ସ୍ଥାନାନ୍ତର କରାଯିବ । ଏହାପରେ ଗଣତି ହେବ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.