ରାୟଗଡ଼ା ନୁହେଁ କଳାହାଣ୍ଡି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ, ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ : ପରିବାର କଲ୍ୟାଣ ନିର୍ଦ୍ଦେଶିକା

Published By : Prameya-News7 Bureau | June 21, 2024 IST

ଭୁବନେଶ୍ବର ୨୧।୬: ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ରାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣର ଉତ୍ସ । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ରାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣର ଉତ୍ସ । କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପ୍‌ଥେରିଆ ସଂକ୍ରମଣ ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଏବେ ବି ଚାଲିଛି ସର୍ଭେଲାନ୍ସ । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍ । କାଶୀପୁରର ମନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ ଗାଁରେ ସରିଛି ବୁଷ୍ଟର ଡୋଜ୍ ଟୀକାକରଣ । ଏସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି । 

ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁରେ ଯେଉଁ ପିଲାମାନେ ଡିପ୍‌ଥେରିଆ ଟୀକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟୀକା ଦିଆଯିବ । ଡିପ୍‌ଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ ବର୍ଷ ବୟସ୍କା ଝିଅର ଓଜନ ୧୫ କିଲୋଗ୍ରାମ ଥିଲା । ତେବେ ତାହା ଅପପୁଷ୍ଟି ନା ନାହିଁ, ସେନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ ସ୍ଥିର ରହିଛି ଡିପ୍‌ଥେରିଆ ସଂକ୍ରମଣ । ନୂଆ ସଂକ୍ରମଣ ହୋଇନି । ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି । ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି । କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ । ସେଠାକୁ ଯାଇଥିବା ଜଣେ ବୟସ୍କ ଲୋକ ପ୍ରଥମେ ଡିପ୍‌ଥେରିଆରେ ଆକ୍ରାନ୍ତ ହୋଇଥିଲେ । ଏବେ ସଂକ୍ରମଣର ଉତ୍ସ ସ୍ଥଳରେ ଚାଲିଛି ସର୍ଭେଲାନ୍ସ ।

You Can Read :

ଘରୋଇ କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ କଲେ ପରିବାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.