ଆନନ୍ଦପୁରରେ କାଳବୈଶାଖୀ ଉଡାଇନେଲା ଚାଳ ଛପର, ଭାଙ୍ଗିଗଲା ବିଦ୍ୟୁତ ଖୁଣ୍ଟ

Published By : Prameya-News7 Bureau | March 22, 2025 IST

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି । ପ୍ରଭାବରେ ଅନେକ ଘରର ଚାଳ ଛପର ଉଡିଯାଇଥିବା ବେଳେ ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗିଯାଇଛି ।  ବଡ଼ ବଡ଼ ଗଛ ମାନ ଉପୁଡି ପଡିଥିବା ଦେଖିବାକୁ ମିଳିଛି  l 

ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା, କୁଆ ପଥର ମାଡ଼ରେ କଣ୍ଟିପାଳ ପଞ୍ଚାୟତର ବାରୁଆଁ ଗ୍ରାମର ଜଗନ୍ନାଥ ନାୟକଙ୍କ ୪ ବଖରା ଘରର ଆଜବେଷ୍ଟ ସମ୍ପୂର୍ଣ୍ଣ ଉଡାଇ ଫିଙ୍ଗି ଦେଇଥିଲା । ସେହି ଗ୍ରାମର କରବୀର ନାୟକଙ୍କ ଘର ଉପରେ ଏକ ଗଛ ପଡି ଘର ଭାଙ୍ଗି ଯାଇଥିଲା l 

ସେହିପରି ବାଉଁଶଗଡ଼ ପଂଚାୟତର ବାଲିଯୋଡି ଗ୍ରାମରେ ୧୧ କେଭି ବିଦ୍ୟୁତ ଲାଇନ ଡିପି ଭାଙ୍ଗିଯାଇଥିବା ବେଳେ ସେହି ଗ୍ରାମର ଅର୍ଜୁନ ହୋଙ୍କ ୩ ବଖରା ଘରର ଆଜବେଷ୍ଟ ଉଡାଇ ଫିଙ୍ଗିଦେଇଛି l ଫଳରେ ପରିବାର ଲୋକେ ରାତି ତମାମ ବର୍ଷାରେ ଭିଜି ଭିଜି ରାତି କଟାଇଛନ୍ତି l ଘରେ ଥିବା ସମସ୍ତ ଆସବାବପତ୍ର ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି । ସରକାର ତରଫରୁ ସେମାନଙ୍କୁ ସହାୟତା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି l

You Can Read:

ନିଶା କାରବାରର ହବ୍ ପାଲଟିଲାଣି ରାଜଧାନୀ, ମୃଦୁପାନୀୟରୁ ମଦ ମିଳିବା ପରେ ପାନ ଦୋକାନରୁ ଜବତ ହେଲା ଗଞ୍ଜେଇ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.