ବାପାମାଙ୍କ ସାମ୍ନାରେ ପ୍ରିନ୍ସିପାଲ ଗାଳି ଦେଲେ ବୋଲି ନିଜ ଦେହରେ ନିଆଁ ଲଗାଇ ଦେଲା ଛାତ୍ର

Published By : Prameya-News7 Bureau | November 30, 2023 IST

ବେଙ୍ଗାଲୁରୁ: ବାପାମାଙ୍କ ସାମ୍ନାରେ ଗାଳି ଦେଲେ ପ୍ରିନ୍ସିପାଲ। ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲା ଛାତ୍ର। ଘଟଣା ଘଟିଛି କର୍ଣ୍ଣାଟକର ହାଭେରିରେ। ନିଆଁରେ ପୋଡ଼ି ହୋଇ ଛାତ୍ରଜଣଙ୍କ ଆହତ ହୋଇଛନ୍ତି।

ପ୍ରି-ୟୁନିଭର୍ସିଟି କଲେଜ ଛାତ୍ର ଜଣକ ହଙ୍ଗଲରେ ତାଙ୍କ ଜେଜେମାଆଙ୍କ ପାଖରେ ରହୁଥିଲେ। ତାଙ୍କ ବାପାମାଆ ହାଭେରିରେ ରହୁଥିଲେ। ଛାତ୍ରଙ୍କର ସେତେ ଭଲ ପାଠ ହେଉ ନଥିବାରୁ ସେ ବାରମ୍ବାର କ୍ଲାସ ମିସ୍ କରୁଥିଲେ। ତାଙ୍କର ପରୀକ୍ଷାଫଳ ଓ କ୍ଲାସ୍‌ରେ ବାରମ୍ବାର ଅନୁପସ୍ଥିତ ରହିବା ଦେଖି ତାଙ୍କ ପ୍ରିନ୍ସପାଲ ବାପାଙ୍କ ଡକାଇ ଏକ ମିଟିଂ କରିଥିଲେ।

ଅବିଭାବକ ବୈଠକ ସମୟରେ ପ୍ରିନ୍ସିପାଲ ଛାତ୍ର ଜଣଙ୍କୁ ତାଗିଦ କରିଥିଲେ। ପରୀକ୍ଷାରେ ଖରାପ ରେଜଲ୍ଟ କରିବା ଓ କ୍ଲାସ୍‌ରେ ବାରମ୍ବାର ବାରମ୍ବାର ଅନୁପସ୍ଥିତ ରହିବା ନେଇ ବାପାଙ୍କୁ କହିଥିଲେ ପ୍ରିନ୍ସିପାଲ୍। ଏହି ଘଟଣାରେ ଛାତ୍ର ଜଣଙ୍କ ଅପମାନିତ ଅନୁଭବ କରି ଆତ୍ମହତ୍ୟା କରିବାକୁ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୁଲିସ ସ୍କୁଲ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.