ଭୁବନେଶ୍ବର ୨୫।୫: ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ଅଭିଯୋଗ । ଭୋଟିଂ ସମୟରେ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ହୋଇଛି । ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ଗ୍ରାମପଞ୍ଚାୟତରେ ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ଗ୍ରାମପଞ୍ଚାୟତ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥ୍ରେ ପଶି ପ୍ରଶାନ୍ତ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ଭୋଟିଂ ସମୟରେ ଇଭିଏମ୍ ଭଙ୍ଗାରୁଜା କରି ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପ୍ରଶାନ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ରହିଛି ।
ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି ଫେରାଦ ହୋଇଛି । ପ୍ରଶାନ୍ତଙ୍କ ଗିରଫ ଦାବି କରିଛି ବିଜେଡି ।
You Can Read :
ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ, ଦିନ ୩ଟା ସୁଦ୍ଧା ୪୮.୪୪% ଭୋଟିଂ