ଆଠଗଡ ବିଜେଡି ସମ୍ପାଦକଙ୍କୁ ପୋଲିସ ଉଠାଇ ଆଣିବା ପ୍ରତିବାଦ, ଥାନା ଆଗରେ ଧାରଣା

Published By : Prameya-News7 Bureau | October 05, 2024 IST

ଆଠଗଡ ୫।୧୦: ଆଠଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସଂପାଦକ ରଞ୍ଜନ ଜେନାଙ୍କୁ ଖୁଣ୍ଟୁଣୀ ପୋଲିସ ଉଠାଇ ଆଣିବା ପରେ ବିଜୁ ଜନତା ଦଳ ପକ୍ଷରୁ ଖୁଣ୍ଟୁଣୀ ଥାନା ଘେରାଉ । ଏହାସହ ବିକ୍ଷୋଭ ପ୍ରଦର୍ଶନ କରିଛି ଆଠଗଡ଼ ବିଜେଡି । 

ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରେ ଖୁଣ୍ଟୁଣୀ ଥାନା ଆଗରେ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭା ପକ୍ଷରୁ ୧୧ ଦଫା ଦାବି ନେଇ ଆନ୍ଦୋଳନ ଚାଲିଥିଲା । ସେହି ସମୟରେ ବିଜେପି କର୍ମୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ପୋଲିସ ଉପସ୍ଥିତିରେ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଖୁଣ୍ଟୁଣୀ ପୋଲିସ ଆଠଗଡ ବିଜେଡି ସଂପାଦକକୁ ଉଠାଇ ଆଣି ଅଟକ ରଖିଛି । ବିଜେପି କର୍ମୀଙ୍କୁ ଗିରଫ ଏବଂ ରଞ୍ଜନ ଜେନାଙ୍କୁ ଛାଡିବା ଦାବି କରି ବିଜେଡି ପକ୍ଷରୁ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିଜେଡି ନେତା କହିଛନ୍ତି । 

You Can Read:

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.