ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନର ୧୮ତମ କିସ୍ତି, ଅକ୍ଷୟ ତୃତୀୟରେ ମିଳିବ ସିଏମ୍‌ କିଷାନ ୨ୟ କିସ୍ତି : ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 05, 2024 IST

ଭୁବନେଶ୍ବର ୫।୧୦: ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି । ୯.୪ କୋଟି ଚାଷୀଙ୍କ ଖାତାକୁ ଗଲା ୨୦ ହଜାର କୋଟି ଟଙ୍କା । ୧୮ତମ କିସ୍ତି ପ୍ରଦାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୭ ତମ କିସ୍ତିରେ ୨୯ ଲକ୍ଷ ୭୩ ହଜାର ୯୮୦ ଚାଷୀଙ୍କୁ ପିଏମ୍ କିଷାନ ଅର୍ଥ ଯାଇଥିଲା । ୧୮ ତମ କିସ୍ତିରେ ୩୧ ଲକ୍ଷ ୫୧ ହଜାର ୫୧୭ ଚାଷୀ ସାମିଲ ହୋଇଛନ୍ତି । ଏହି ଅର୍ଥରେ ଚାଷୀ ମାନେ ବିହନ, ସାର ପାଇଁ ଖର୍ଚ୍ଚ କରିପାରିବେ । ରବି ଚାଷ ପାଇଁ ଏହି ଅର୍ଥ ଖର୍ଚ୍ଚ କରି ପାରିବେ । ରାସାୟନିକ ଖତ ବ୍ୟବହାର ପାଇଁ ପରାମର୍ଶ ଦେଲେ ଉପ ମୁଖ୍ୟମନ୍ତ୍ରୀ । 

ତେବେ ସିଏମ୍ କିଷାନର ପ୍ରଥମ କିସ୍ତି ନୂଆଖାଇରେ ପ୍ରଦାନ କରଯାଇଥିବା ବେଳେ ଅକ୍ଷୟ ତୃତୀୟାରେ ଦ୍ଵିତୀୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

You Can Read:

ଦୁଇ ମନ୍ଦିରରୁ ଚୋରି ଘଟଣା, ଧରାପଡ଼ିଲେ ଦୁଇ ଚୋର


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.