ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

Published By : Prameya-News7 Bureau | October 05, 2024 IST

ଜୟପୁର ୫।୧୦: ଆସନ୍ତା ଅକ୍ଟୋବର ୭ ତାରିଖ ସଂଧ୍ୟାରୁ ୮ ତାରିଖ ସଂଧ୍ୟା ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ । ଜୟପୁର ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ନରେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ପୂର୍ବ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏସବୁ ଜିଲ୍ଲାରେ ଟାୟାର ୧ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା । ଘରୋଇ ବସ୍ ମାଲିକ ସଂଘର ବିରୋଧ ପରେ ଟାୟାର ୨ ବସ୍ ଚଳାଚଳ ବନ୍ଦ ରଖିଥିଲେ ସରକାର । ଏବେ କିନ୍ତୁ ପୁଣି ଥରେ ଏସବୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ଏଥିପାଇଁ ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥା ଆବେଦନ କରିଛି । ତେଣୁ ଏହାକୁ ବିରୋଧ କରି ୨୪ ଘଣ୍ଟା ପାଇଁ ଘରୋଇ ବସ୍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ । ଯେଉଁସବୁ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରୁନି ସେସବୁ ସ୍ଥାନକୁ ଏହି ବସ୍ ଚଳାଚଳ କଲେ ସେମାନଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଯେଉଁ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରୁଛି ବିଶେଷ କରି ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଏହି ବସ୍ ଚଳାଚଳକୁ ବିରୋଧ କରୁଛି ସଂଘ । ସଂଘର ଦାବି ଅନୁସାରେ ସରକାର ଏମିତି କଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ । ଯଦି ସରକାର ଏସବୁ ବସ୍ ଚଳାଚଳ କରିବାକୁ ଚାହୁଁଛନ୍ତି ତେବେ ଘରୋଇ ବସ୍ ମାଲିକଙ୍କୁ ଲକ୍ଷ୍ମୀ ବସ୍ ପରି ଟିକଟରେ ସବସିଡି ଦିଆଯାଉ ବୋଲି ସଂଘ ଦାବି କରିଛି । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ସଂଘ କହିଛି । ତେବେ ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଏପରି ବନ୍ଦ ଡାକରା ଯୋଗୁଁ ସାଧାରଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ । 

You Can Read:

ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ : ଗଚ୍ଛିତ ଘିଅକୁ ଫେରସ୍ତ ପରେ ଆସିଲା ନୂଆ ଟିଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.