ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ : ଗଚ୍ଛିତ ଘିଅକୁ ଫେରସ୍ତ ପରେ ଆସିଲା ନୂଆ ଟିଣ

Published By : Prameya-News7 Bureau | October 05, 2024 IST

ଜଗତସିଂହପୁର ୫।୧୦: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ । ଗଚ୍ଛିତ ଘିଅକୁ ଫେରସ୍ତ କରାଯାଇଛି । ଓମ୍‌ଫେଡରୁ ଆସିଲା ୧୫ ଟିଣ ନୂଆ ଘିଅ । ନିମ୍ନମାନର ଘିଅ ବ୍ୟବହାର ବାବଦରେ ବଡ଼ପଣ୍ଡାଙ୍କ ଅଭିଯୋଗ ପରେ ଶୁକ୍ରବାର ଫୁଡ଼ ଇନ୍ସପେକ୍ଟର ମନ୍ଦିର ଭଣ୍ଡାର ଘର ଯାଞ୍ଚ କରିଥିଲେ । ସେଠାରୁ ଘିଅ ସାମ୍ପଲ ସଂଗ୍ରହ କରି ମାନ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରୁ ଏନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଆଣିଥିଲେ ଖୋଦ୍ ମନ୍ଦିରର ବଡ଼ପଣ୍ଡା । ପ୍ରସିଦ୍ଧ ଶାରଳା ମନ୍ଦିରରେ ରୋଷେଇ ତଥା ବିଭିନ୍ନ ପିଠା ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବା ସହ ଏହା ନିମ୍ନମାନର ବୋଲି ବଡ଼ପଣ୍ଡା ଅଭିଯୋଗ କରିଥିଲେ । ସେହିପରି ଭଣ୍ଡାର ଦାୟିତ୍ବରେ ଥିବା ସେବକ ମଧ୍ୟ ଘିଅର ମାନକୁ ନେଇ ଆପତ୍ତି ଉଠାଇଥିଲେ ।

ଅଭିଯୋଗ ଆସିବା ମାତ୍ର, ଏ ନେଇ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ପ୍ରଶାସନ । ଜଗତସିଂହପୁର ଫୁଡ ଇନ୍ସପେକ୍ଟର ମନ୍ଦିରରେ ପହଁଚି ଭଣ୍ଡାର ଘର ଯାଞ୍ଚ କରିଥିଲେ । ଘିଅର ମାନ ପରୀକ୍ଷା ପାଇଁ ସାମ୍ପଲ ସଂଗ୍ରହ କରିଥିଲେ । ଘିଅର ସାମ୍ପୁଲକୁ ପରୀକ୍ଷା ପାଇଁ ଭୁବନେଶ୍ବର ଲାବ୍‌କୁ ପଠାଯାଇଥିଲା ।

You Can Read:

ସ୍କୁଲରେ ଭିଜିଲାନ୍ସ ଟିମ୍‌ର ଛାନଭିନ୍, ମୋ ସ୍କୁଲ ଯୋଜନାର ଅର୍ଥ ହଡ଼ପ ନେଇ ଅଭିଯୋଗ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.