ଏଣିକି ସରକାରୀ ସ୍ତରରେ ରାଜ୍ୟ ସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ ପାଳନ ହେବ

Published By : Prameya-News7 Bureau | October 05, 2024 IST

ଭୁବନେଶ୍ବର ୫।୧୦: ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଦିନରେ ସରକାରୀ ସ୍ତରରେ ରାଜ୍ୟ ସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ ପାଳନ ହେବ । ସରକାର ଯତ୍ନବାନ ସହ ଏହାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବେ । ଏ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କଲେ ଏହା ହିଁ ବାଜି ରାଉତଙ୍କୁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ସହିଦ ବାଜି ରାଉତ ରାଜ୍ୟ ସ୍ତରୀୟ ସମାରୋହରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ସେହିପରି ଖୁବ୍‌ ଶୀଘ୍ର ବାଜି ରାଉତଙ୍କ ଜନ୍ମମାଟି ନୀଳକଣ୍ଠପୁର ଏବଂ ଭୁବନ ବ୍ଲକରେ ବାଜି ରାଉତଙ୍କ ପୂର୍ଣାବ୍ୟୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଏହାସହ ମୁକ୍ତି ସଂଗ୍ରାମର ପ୍ରଚ୍ଛଦପଟ୍ଟର ନାୟକ ହୋଇ ରହିଯାଇଥିବା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ । 

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସମସ୍ତ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ । ଜଣେ ସଫଳ ରାଜା ଏବଂ ତାର ପ୍ରଶାସନର ଏହା କର୍ତ୍ତବ୍ୟ । ଆଗରୁ ସରକାର ହୋଡିଂରେ କାହା ଫଟୋ ରହୁଥିଲା, ଏବେ ହୋର୍ଡ଼ିଂରେ ବରପୁତ୍ରଙ୍କ ଫଟୋ ରହିଛି ଭଲ କଥା । 

ଜୟଦେବ ଭବନ ଠାରେ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ ।

You Can Read:

ଦୁଇ ମନ୍ଦିରରୁ ଚୋରି ଘଟଣା, ଧରାପଡ଼ିଲେ ଦୁଇ ଚୋର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.