ରାଇସ୍‌ ମିଲ୍‌ ମାଲିକଙ୍କୁ କିଡ୍‌ନାପ ଅଭିଯୋଗ, ୭୦ ଲକ୍ଷ ମାଗିଲେ ଅପହରଣକାରୀ

Published By : Prameya-News7 Bureau | July 13, 2024 IST

ବୋରିଗୁମ୍ମା /୭: କୁଆଡେ ଗଲେ ବୋରିଗୁମ୍ମା ପେରାହାଣ୍ଡି SLVN ମୋଡେନ ରାଇସ୍‌ ମିଲ୍‌ର ମାଲିକ ଏ.ରମେଶ ପାତ୍ର ? ଦୀର୍ଘ ୧୭ ଘଣ୍ଟା ପରେ ମିଳୁନି ପତ୍ତା । ତାଙ୍କୁ କିଏ ଓ କାହିଁକି ଅପହରଣ କଲା ? ଏମିତି କିଛି ଚର୍ଚ୍ଚା ଏବେ ବୋରିଗୁମ୍ମା ସହରରେ । ଶୁକ୍ରବାର ରାତିରୁ ରମେଶଙ୍କ ପତ୍ତା ମିଳୁନି  । ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ନିଜ ମିଲ୍‌ରୁ ଘର କୁମୁଟିପୁଟ ଫେରୁଥିଲେ ସେ । ପେରାହାଣ୍ଡି ବ୍ରିଜ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ କାର ଅଟକାଇ କାରର କାଚ ଭାଙ୍ଗି ଅପହରଣ କରିନେଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଅପହରଣକାରୀ ରମେଶଙ୍କୁ ନେଇଛନ୍ତି ତାହା ସ୍ପଷ୍ଟ ହୋଇନି ।  ଅପହରଣକାରୀ ଫୋନ୍‌ ଯୋଗେ ୭୦ ଲକ୍ଷ ଟଙ୍କା ମାଗୁଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୋରିଗୁମ୍ମା ପୋଲିସ ଛାନ୍‌ଭିନ୍‌ ଚଳାଇଛି । କେ.ରମେଶଙ୍କୁ ଉଦ୍ଧାର ପରେ ସ୍ପଷ୍ଟ ହେବ ପୁରା ଘଟଣା । 

 








News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.