ଜବତ କୋଟି କୋଟି ଟଙ୍କା କାହାର ? ପ୍ରଶ୍ନରେ ଏପରି ଜବାବ ରଖିଲେ ପାର୍ଥ ଚାଟାର୍ଜୀ

Published By : Prameya-News7 Bureau | July 31, 2022 IST

କୋଲକାତା ୩୧।୭: ବିଦ୍ୟାଳୟ ନିଯୁକ୍ତି ଅନିୟମିତତାର କେନ୍ଦ୍ର ପାଲଟିଥିବା ପାର୍ଥ ଚାଟାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ଚଢଉରେ ଜବତ କୋଟି କୋଟି ଟଙ୍କା ଓ ସ୍ୱର୍ଣ୍ଣଳଙ୍କାର ତାଙ୍କର ନୁହେଁ ବୋଲି କହିଛନ୍ତି। ତେବେ ତାଙ୍କ ବିରୋଧରେ ହୋଇଥିବା ଏହି ଷଡ଼ଯନ୍ତ୍ରରେ କିଏ ସବୁ ସାମିଲ ଏହା ସମୟ କହିବ ବୋଲି ପାର୍ଥ ଗଣମାଧ୍ୟମକୁ କହିଛନ୍ତି। ମାମଲାରେ ଇଡି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଚିକିତ୍ସା ଲାଗି ତାଙ୍କୁ ଇଏସଆଇ ହସ୍ପିଟାଲ ନିଆଯାଇଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ତେବେ ପୂର୍ବରୁ ପ୍ରାର୍ଥ ଚାଟାର୍ଜୀ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଥିଲେ ଓ ତୃଣମୂଳ କଂଗ୍ରେସରୁ ତାଙ୍କର ବହିଷ୍କାର ଖବରରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କ ଲାଗି ପାର୍ଟିର ଏପରି ନିଷ୍ପତ୍ତି ନିରପେକ୍ଷ ଯା଼ଞ୍ଚକୁ ପ୍ରଭାବିତ କରିବ। ଏକଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ କୁହାଯାଉଥିବା ପାର୍ଥ ଚାଟାର୍ଜୀ ତାଙ୍କୁ ମନ୍ତ୍ରୀପଦରୁ ହଟାଇ ଦେବା ନିଷ୍ପତ୍ତିକୁ ଉପଯୁକ୍ତ କହିଛନ୍ତି। ୬୯ ବର୍ଷ ବୟସ୍କ ଚାଟାର୍ଜୀଙ୍କୁ ବିଭିନ୍ନ ବିଭାଗର ପ୍ରଭାରୀ ମନ୍ତ୍ରୀ ଭାବେ ତାଙ୍କୁ ଦାଇତ୍ୱରୁ ମୁକ୍ତ କରିଦିଆଯାଇଛି।

ମାମଲାରେ ଚାଟାର୍ଜୀଙ୍କ ନିକଟତମ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ତାଙ୍କ ଘରୁ ଟଙ୍କା ଜବତ ହେବା ମାମଲାରେ ଇଡି ଗିରଫ କରିଛି। ତେବେ ଟିଏମସି ସାଧାରଣ ସମ୍ପାଦକ କୁଣାଳ ଘୋଷ ଗିରଫ ହେବା ପରେ ଏପର୍ଯ୍ୟନ୍ତ ଚୁପଚାପ କାହିଁକି ବସିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ସେ କୋର୍ଟଙ୍କ ଦ୍ୱାର ବାଡେଇ ପାରିଥାନ୍ତେ। ତେବେ ଅନିୟମିତତତା ସହିତ  ପାର୍ଟିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.