ସାହାରା ଗ୍ରୁପର ଚେୟାରମ୍ୟାନ ହେବ କିଏ? ସାରା ଦେଶରେ ରହିଛି ୫ ହଜାରରୁ ଅଧିକ ମଲ ଓ ଅଫିସ, ଜାଣନ୍ତୁ ନେଟ୍‌ୱର୍ଥ କେତେ?

Published By : Prameya-News7 Bureau | November 15, 2023 IST

ଲକ୍ଷ୍ନୌ ୧୫।୧୧:   ସାହାରା ଗ୍ରୁପ ପାଖାପାଖି ୨.୫୯ ଲକ୍ଷ କୋଟି ଟଙ୍କାର। ସାରା ଦେଶରେ ଏହାର ୫ ହଜାରରୁ ଅଧିକ ମଲ ଓ ଅଫିସ ରହିଛି। ଆଇପିଏଲ ଓ ଏୟାରଲାଇନ୍ସରେ ମଧ୍ୟ ସାହାରା ଗ୍ରୁପର ଇନଭେଷ୍ଟେମେଣ୍ଟ ରହିଛି। ତେବେ ସାହାରା ଗ୍ରୁପ ଚେୟାରମ୍ୟାନ ସୁବ୍ରତ ରାୟଙ୍କର ମଙ୍ଗଳବାର ପରଲୋକ ହେବା ପରେ ଏହି ସାମ୍ରାଜ୍ୟ ସମ୍ଭାଳିବ କିଏ ସେନେଇ ପ୍ରଶ୍ନ ଉଠିଛି।

ସୁବ୍ରତ ତାଙ୍କ ପଛରେ ପତ୍ନୀ ସ୍ୱପ୍ନା ଦୁଇ ପୁଅ ସୁଶାନ୍ତୋ ଓ ସୀମାନ୍ତୋଙ୍କୁ ଛାଡି ଯାଇଛନ୍ତି। ପତ୍ନୀ ଓ ଦୁଇ ପୁଅଙ୍କୁ ଛାଡି ଦେଲେ ସୁବ୍ରତ ରାୟଙ୍କ ପରିବାରରେ ଆହୁରି ମଧ୍ୟ ଲୋକ ଅଛନ୍ତି, ଯେଉଁମାନେ ସାହାରା ଗ୍ରୁପର ଅଲଗା ଅଲଗା କମ୍ପାନୀମାନଙ୍କରେ ନିର୍ଦ୍ଦେଶକ ଅଥବା ସକ୍ରିୟ ଭୂମିକାରେ ଅଛନ୍ତି। ସୁବ୍ରତ ରାୟଙ୍କ ପତ୍ନୀ ସ୍ୱପ୍ନା ରାୟ ଯଦିଓ ସାହାରାର ସର୍ବେସର୍ବା ବୁଝା ଯାଆନ୍ତି ତେବେ ସୁବ୍ରତଙ୍କ ସାନଭାଇ ଜୟବ୍ରତ ରାୟ କମ୍ପାନୀର ଆକାଉଣ୍ଟ ସମ୍ଭାଳନ୍ତି। କମ୍ପାନୀରେ ସୁବ୍ରତଙ୍କ ପରେ ଜୟବ୍ରତ ଦ୍ୱିତୀୟ ମୁଖ୍ୟ।

{"id":870134,"width":843,"height":562,"sizeSlug":"full","linkDestination":"none"}

ପତ୍ନୀ, ୨ପୁଅ ଓ ଭାଇଙ୍କ ବ୍ୟତୀତ  ସାହାରା ଗ୍ରୁପରେ ସୁବ୍ରତ ରାୟଙ୍କ ଭଉଣୀ ଓ ଭିଣୋଇ ମଧ୍ୟ ସକ୍ରିୟ ପଦପଦବୀରେ ଅଛନ୍ତି। ଭଉଣୀ କୁମକୁମ୍ ଓ ଭିଣୋଇ ଅଶୋକ ରାୟଚୌଧୁରୀ ସାହାରାରେ ନିର୍ଦ୍ଦେଶକ ଅଛନ୍ତି। ସାହାରା ଗ୍ରୁପର ୧୦ କୋଟି ନିବେଶକ ଥିବା ବେଳେ ଗ୍ରୁପର ଅଲଗା ଅଲଗା କମ୍ପାନୀମାନଙ୍କର ୫ ହଜାରରୁ ଅଧିକ ଅଫିସ, ମଲ ଓ ବିଲ୍ଡିଂ ରହିଛି। ଏହା ଛଡା ସେମାନଙ୍କର ମୂଲ୍ୟବାନ ଜମି, ଦେଶବିଦେଶରେ ହୋଟେଲ ଓ ଘର ମଧ୍ୟ ରହିଛି।

କମ୍ପାନୀ ରିୟଲ ଇଷ୍ଟେଟ, ଫାଇନାନ୍ସ, ଇନଫ୍ରାଷ୍ଟ୍ରକ୍ଚର, ମିଡିଆ, ଏଣ୍ଟରଟେନମେଣ୍ଟ, ହେଲଥ୍ କେୟାର, ହସ୍ପିଟାଲିଟି, ରିଟେଲ ଓ ଇନଫର୍ମେସନ ଟେକ୍ନୋଲଜି ସେକ୍ଟରରେ ମଧ୍ୟ ନିଜର ବିସ୍ତାର କରିଛି। ଦୀର୍ଘ ବର୍ଷ ଧରି ସାହାରା ଇଣ୍ଡିଆନ କ୍ରିକେଟ୍ ଟିମ୍‌ର ସ୍ପୋନସର ମଧ୍ୟ ଥିଲା। ଏହା ଛଡା ଆଇପିଏଲ ପୁଣେ ୱାରିଅର୍ସ ଓ ଫର୍ମୂଲା ୱାନ୍ ଟିମ୍‌ ମଧ୍ୟ ସାହାରା କିଣିଥିଲା। ସାହାରା ଏୟାରଲାଇନ୍ସ, ଏମ୍ବିଭାଲି ଲଗଜରୀ ହାଉସିଂ ସ୍କିମ୍‌ରେ ମଧ୍ୟ ହାତ ଲଗାଇଥିଲା।

{"id":870138,"width":840,"height":473,"sizeSlug":"full","linkDestination":"none"}

ସୁବ୍ରତ ରାୟ ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ନାଗରିକ ଥିଲେ। ତେବେ ତାଙ୍କ ପତ୍ନୀ ଓ ପୁଅ ଆଇନ ଜାଲରୁ ଖସିବା ପାଇଁ ୟୁରୋପୀୟ ଦେଶ ରିପବ୍ଲିକ୍ ଅଫ ମାସିଡୋନିଆର ନାଗରିକତା ଗ୍ରହଣ କରିଛନ୍ତି। ତେବେ ତାଙ୍କ ସାନ ପୁଅଙ୍କ ନାଗରିକତା ନେଇ ସ୍ପଷ୍ଟ ହୋଇ ନାହିଁ। ତେବେ ଆମେରିକାରେ ତାଙ୍କର ବ୍ୟବସାୟ ଥିବାର ଜଣାପଡିଛି। ମଙ୍ଗଳବାର ରାତିରେ ସୁବ୍ରତ ରାୟଙ୍କ ପରଲୋକ ପରେ ଏହି ସବୁ କଥା ଏବେ ପଦାକୁ ଆସିଛି। ନିବେଶକଙ୍କ ଜମାରାଶି ଫେରାଇ ନପାରିବାରୁ ସୁବ୍ରତ ରାୟ ଆଇନ ଜାଲରେ ଛନ୍ଦି ହୋଇପଡିଥିଲେ। ଫଳରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା।

ସୁବ୍ରତ ଜେଲ ଯିବା ପରେ ତାଙ୍କ ପତ୍ନୀ ଓ ପୁଅ ଭାରତର ନାଗରିକତା ଛାଡି ରିପବ୍ଲିକ୍ ଅଫ ମାସିଡୋନିଆର ନାଗରିକତା ଗ୍ରହଣ କରିନେଇଥିଲେ। ତେବେ ସ୍ୱପ୍ନା ରାୟ ଓ ସୁଶାନ୍ତୋ ରାୟଙ୍କ ୟୁରୋପୀୟ ନାଗରିକତା ନେଇ ଯେବେବି ପଚରା ଯାଇଛି ଏ ବାବଦେ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ। ତେବେ ସାହାରା ସୂତ୍ର ମୁତାବକ କମ୍ପାନୀ ମାସିଡୋନିଆରେ ମଧ୍ୟ କାରବାରର ଯୋଜନା କରିଥିଲା। ସେଠାରେ ଫିଲ୍ମ ପ୍ରଡକ୍ସନ ସହିତ ଡାୟରୀ ଓ ସେଭେନଷ୍ଟାର ହୋଟେଲ ସ୍ଥାପନା କରିବାର ଯୋଜନା ଥିଲା।

ସୁବ୍ରତ ରାୟଙ୍କ ପରଲୋକରେ ବୁଡିଯିବକି ନିବେଶକଙ୍କ ଅର୍ଥ! ଆସନ୍ତୁ ଜାଣିବା ମିଳିବାକୁ ଥିବା ରିଫଣ୍ଡର ଏବେ ହେବ କ’ଣ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.