କୋରାପୁଟ: ରାଜ୍ୟ ପୋଲିସର ୭୩ ତମ ଜାତୀୟ ଖେଳକୁଦ ପ୍ରତିଯୋଗିତାରେ କୋରାପୁଟର ସଫଳତା। ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇ ଗୋଲ୍ଡ ସହ ତିନି ସିଲଭର ମେଡାଲ ଜିତିଲା କୋରାପୁଟ ପୋଲିସ ସ୍ପୋର୍ଟସ ଟିମ୍ ।
କଟକଠାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇବା ପରେ ଶୁକ୍ରବାର କୋରାପୁଟ କାର୍ଯ୍ୟାଳୟରେ ଏସପିଙ୍କ ସହ ସାକ୍ଷାତ କରିଛନ୍ତି ଟିମ୍। ଚଳିତ ବର୍ଷ କୋରାପୁଟ ପୋଲିସ ସ୍ପୋର୍ଟସ ଟିମ୍ ଜାବଲିନ ଥ୍ରୋ ପ୍ରତିଯୋଗିତାରେ ପୂର୍ବ ରେକର୍ଡ ଭାଙ୍ଗି ଗୋଲ୍ଡ ମେଡେଲ ସହ ସଫଳତା ଆଣିଛନ୍ତି।
ଖେଳକୁଦ ପ୍ରତିଯୋଗିତାରେ କୋରାପୁଟ ପୋଲିସ ସ୍ପୋର୍ଟସ ଟିମ୍ ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ପାଇଁ ଦେଢ଼ ମାସ ପୁର୍ବରୁ ଅଭ୍ୟାସ କରାଯାଇଥିଲା। ତେବେ ଆଗକୁ ରାଜ୍ୟ ସ୍ତରରେ ଭଲ ପ୍ରଦର୍ଶନ କରି ଜିଲ୍ଲା ପୋଲିସର ନାଁ ରଖିବାକୁ ଚେଷ୍ଟା କରିବୁ ବୋଲି କହିବା ସହ ସମସ୍ତ ଖେଳାଳୀମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ କୋରାପୁଟ ଏସପି।