ଉଦ୍ୟୋଗ ଉର୍ଜା ୨୦୨୫: ଓଡ଼ିଶାର ପ୍ରତିଭାବାନ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କଲା ସୁମା ରିୟଲ ମଡିଆ

Published By : Prameya-News7 Bureau | February 28, 2025 IST

ଭୁବନେଶ୍ୱର: ଉଦ୍ୟୋଗ ଉର୍ଜା ୨୦୨୫ରେ ସମ୍ମାନିତ ହେଲେ ୧୭ ସଫଳ ଉଦ୍ୟୋଗୀ ମହିଳା। ପ୍ରମେୟ ନ୍ୟୁଜ-୭ ପକ୍ଷରୁ ରାଜ୍ୟର କୋଣର ଅନୁକୋଣରୁ ସଫଳ ଉଦ୍ୟୋଗୀଙ୍କୁ ବାଛି ସେମାନଙ୍କୁ ସମ୍ମାନିତ କରାଯାଇଛି। ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ଏବଂ ସୋଆ ପ୍ରାଚୀନ ତରଫରୁ ବିଶ୍ୱ ମହିଳା ଦିବସ ଅବସରରେ ସଫଳ ଉଦ୍ୟୋଗୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଛି।

ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ଆୟୋଜିତ ଉଦ୍ୟୋଗ ଉର୍ଜା ୨୦୨୫ ର ଚତୁର୍ଥ ସଂସ୍କରଣରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 


ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ମହିଳା ଉଦ୍ୟୋଗୀ ସଫଳ ହେଲେ ଓଡ଼ିଶା ବିକଶିତ ହେବ। ପ୍ରମେୟ ଓ ନ୍ୟୁଜ୍-୭ର ଏହି ନିଆରା ପ୍ରୟାସ ଆହୁରି ଅନେକ ମହିଳାଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଏଥିସହ ଖୁବଶୀଘ୍ର ଭୁବନେଶ୍ୱରରେ ଏମଏସଏମ୍‌ଇ ପାର୍କ ନିର୍ମାଣ ପାଇଁ ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନର ଭାଇସ ପ୍ରେସିଡେଣ୍ଟ ଶାଶ୍ୱତୀ ଦାସ୍ କହିଛନ୍ତି ଯେ ରାଜ୍ୟର କୋଣ ଅନୁକୋଣରୁ ପ୍ରକୃତ ପ୍ରେରଣା ଦାୟୀ ମହିଳାଙ୍କୁ ବାଛି ସମ୍ମାନିତ କରିବା ଆମର ଲକ୍ଷ୍ୟ ଥିଲା। ଦୀର୍ଘ ୪ ବର୍ଷ ଧରି ଆମେ ଏହି ପ୍ରୟାସ ଜାରି ରଖିଛୁ। ଆଗାମୀ ଦିନରେ ମଧ୍ୟ ଅନେକ ମହିଳା ମାନଙ୍କ ପ୍ରେରଣା ଦାୟୀ ଚେଷ୍ଟାକୁ ଆମେ ସ୍ୱାଗତ କରିବୁ। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମେୟ ଓ ନ୍ୟୁଦ-୭ ଗୃପ୍ ସିଇଓ ସୁନିଲ ଦାସ୍ ,ପ୍ରମୟେ ନ୍ୟୁଜ-୭ ଗ୍ରୁପ୍ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର,  ନ୍ୟୁଜ-୭ କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.