ଭୁବନେଶ୍ୱର: ଅଧ୍ୟାପିକାଙ୍କ ସାଂଘାତିକ କାରନାମା। ନ୍ୟୁଡ୍ ଭିଡିଓ କଲ୍ କରି ଲୋକଙ୍କୁ କରୁଥିଲେ ବ୍ଲାକମେଲ୍। ହନିଟ୍ରାପର ଶିକାର ବ୍ୟକ୍ତିଙ୍କ ଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ସଂପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ ସଂଗୀନ୍ ଅଭିଯୋଗ ଆଣିଛନ୍ତି ନ୍ୟୁଡ୍ କଲର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ପତ୍ନୀ।
ହନିଟ୍ରାପ୍ ଶିକାର ବ୍ୟକ୍ତିଙ୍କୁ ଦାବି କରୁଥିଲେ ମୋଟା ଅଙ୍କର ଟଙ୍କା। ସଂପୃକ୍ତ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ର ଶିକାର ଜଣେ ଯୁବକ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ସଂପୃକ୍ତ ଯୁବକଙ୍କ ପତ୍ନୀ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।