ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଗର୍ଜିଲା ରୋହିତ ଶର୍ମାଙ୍କ ବ୍ୟାଟ୍‌, ଗୋଟିଏ ଦିନରେ ହିଟ୍‌ ମ୍ୟାନ୍‌ ଭାଙ୍ଗିଲେ '୯' ରେକର୍ଡ

Published By : Prameya-News7 Bureau | June 25, 2024 IST

ମୁମ୍ବାଇ ୨୫।୦୬ : ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୪ । ସୋମବାର ଖେଳାଯାଇଥିବା ସୁପର-୮ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୪ରନ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ଆଉ ଏହି ବିଜୟ ସହ ସେମିରେ ଏଣ୍ଟ୍ରି କରିଛି ରୋହିତ ବାହିନୀ । ସୁପର-୮ର ଏହି ବିଜୟର ସବୁଠୁ ବଡ଼ ଶ୍ରେୟ ଅଧିନାୟକ ରୋହିତ ଶର୍ମାଙ୍କର । ଯେପରି ଭାବେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ। ଏପିରି ଲାଗୁଥିବା ବୋଲରଙ୍କ ପ୍ରତି ବଲ୍‌ର ଶେଷ ଠିକଣା କେବଳ ବାଉଣ୍ଡରୀ । ତେବେ ଏହି ମ୍ୟାଚ୍‌ରେ ରୋହିତ ଶର୍ମା ନିଜ ନାଁରେ ଅନେକ ରେକର୍ଡ କରିଛନ୍ତି । ଆସନ୍ତୁ ଜାଣିବା ଏହିସବୁ ରେକର୍ଡ ବିଷୟରେ...

୧-

ସୋମବାର ଦିନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୮ଟି ଛକା ମାରିଛନ୍ତି ରୋହିତ ଶର୍ମା । ଯାହାଦ୍ୱାରା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ରୋହିତ ଶର୍ମା  ସବୁଠୁ ଅଧିକ ଛକା ମାରିବାରେ ରେକର୍ଡ ନିଜ ନାଁରେ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ୨୦୩ ଛକା ମାରିବା ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୭୩ଟି ଛକା ମାରି ମାର୍ଟିନ ଗୁପ୍‌ଟିଲ୍‌ ୨ୟ ସ୍ଥାନରେ ରହିଛନ୍ତି । ଏହାପରେ ତୃତୀୟ ସ୍ଥାନରେ ୧୩୭ଟି ଛକା ମାରି ଜୋସ ବଟଲର ତୃତୀୟ ସ୍ଥାନରେ ରହିଛନ୍ତି । 

୨-

ଅଷ୍ଟ୍ରେଲିଆ ବିପକ୍ଷରେ ୯୨ ରନ୍‌ ଖେଳି ବାବର ଆଜମ୍‌ଙ୍କୁ ପଛରେ ପକାଇଛନ୍ତି ରୋହିତ ଶର୍ମା । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍‌ କରିଥିବା ବ୍ୟାଟର ସାଜିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ୧୫୭ଟି ମ୍ୟାଚ୍‌ ଖେଳି ୪୧୬୫ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ବାବର ଆଜମ ୧୨୩ଟି ମ୍ୟାଚ୍‌ ଖେଳି ୪୧୪୫ ରନ୍‌ ସଂଗ୍ରହ କରିଛନ୍ତି । ସେହିପରି ଏହି ତାଲିକାରେ ବିରାଟ କୋହଲି ୪୧୦୩ ରନ୍‌ କରି ତୃତୀୟ ସ୍ଥାନରେ ରହିଛନ୍ତି । 

୩-

ଟି-୨୦ ବିଶ୍ୱକପ୍‌ରେ କୌଣସି ଭାରତୀୟ ଅଧିନାୟକ ଲଗାତର ଟି ମ୍ୟାଚ୍‌ ଜିତିବାରେ ରେକର୍ଡ ବି ରୋହିତଙ୍କ ନାଁରେ ରହିଛି । ଏହାପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଏହି ରେକର୍ଡ ରହିଥିଲା । ଧୋନି ଲଗାତର ୫ଟି ମ୍ୟାଚ୍‌ ଜିତି ରେକର୍ଡ ନିଜ ନାଁରେ କରିଥିଲେ । 

୪-

ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ହେଲେ ଏହି ରେକର୍ଡରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ସହ ସମକକ୍ଷ ଅଛନ୍ତି ରୋହିତ । ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ରୋହିତ ଶର୍ମା ୬୦ ଟି ଟି-୨୦ ମ୍ୟାଚ୍‌ ଖେଳି ୪୮ଟିରେ ବିଜୟ ହାସଲ କରିଛନ୍ତି । ସେହିପରି ବାବର ଆଜମ୍‌ ୮୫ଟି ଟି-୨୦ ମ୍ୟାଚ୍‌ ଖେଳି ୪୮ରେ ବିଜୟ ହାସଲ କରିଛନ୍ତି । 

୫-

ଟି-୨୦ ବିଶ୍ୱକପ୍‌ରେ କୌଣସି ଟିମ୍‌ର ଅଧିନାୟକ ଭାବେ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମଧ୍ୟ ରୋହିତ ନିଜ ନାଁରେ କରିଛନ୍ତି । ହେଲେ ଏଠାରେ ରୋହିତ ୨ୟ ସ୍ଥାନରେ ରହିଛନ୍ତି । ତାଙ୍କ ପୂର୍ବରୁ ୧ ନମ୍ବର ସ୍ଥାନରେ ରହିଛନ୍ତି କ୍ରିସ୍‌ ଗେଲ୍‌ । ସେ ୨୦୧୦ରେ ଅଧିନାୟକ ଭାବେ ୯୮ ରନ୍‌ର ପାରି ଥିବା ବେଳେ ରୋହିତଙ୍କ ରହିଛି ୯୨ ରନ୍‌ର ଇନିଂସ ।   

୬-

ସେହିପରି ଟି-୨୦ ବିଶ୍ୱକପ୍‌ରେ କୌଣସି ଭାରତୀୟ ବ୍ୟାଟରଙ୍କ ବ୍ୟକ୍ତିଗତ ସ୍କୋର ଭାବେ ୨ୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ପୂର୍ବତନ ଭାରତୀୟ କ୍ରିକେଟ୍‌ର ସୁରେଶ ରାଇନା ୨୦୧୦ରେ ୧୦୧ ରନ୍‌ର ପାରି ଖେଳିଥିଲେ । ଆଉ ତାଙ୍କ ପଛକୁ ରୋହିତ ଶର୍ମାଙ୍କ ୯୨ ରନ୍‌ର ପାରି ରହିଛି । 

୭-  

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୯,୦୦୦ ରନ୍‌ ପୂରଣ କରିଛନ୍ତି ରୋହିତ ଶର୍ମା।   ଏହି ମ୍ୟାଚ୍‌ ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ୍‌  ୧୮,୯୧୯ ରନ୍‌ ସଂଗ୍ରହ କରିସାରିଥିଲେ । ସେ ଟେଷ୍ଟ   କ୍ରିକେଟ୍‌ରେ ୪୧୩୭ ରନ୍‌, ଦିନିକିଆରେ ୧୦,୭୦୯ରନ୍‌  ଓ ଟି-ଟ୍ୱେଣ୍ଟିରେ ୪୦୭୩ ରନ୍‌ ସଂଗ୍ରହ କରିଛନ୍ତି ।  

୮- 

ଟି-୨୦ ବିଶ୍ୱକପ୍‌ରେ ଇତିହାସରେ ଆଉ ଏକ ରେକର୍ଡ କରିଛନ୍ତି ରୋହିତ ଶର୍ମା ।କୌଣସି ଭାରତୀୟ ବ୍ୟାଟର ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ତୃତୀୟ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା । ପ୍ରଥମ ସ୍ଥାନରେ ଯୁବରାଜ ସିଂହ, ୨ୟ ସ୍ଥାନରେ କେଏଲ୍‌ ରାହୁଲ ଏବଂ ତୃତୀୟ ସ୍ଥାନରେ ରୋହିତ ଶର୍ମା । 

୯-

ସେହିପରି ଟି-୨୦ କ୍ରିକେଟ୍‌ରେ ଆଉ ଏକ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଟି-୨୦ କ୍ରିକେଟ୍‌ କୌଣସି ବ୍ୟାଟର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ରୋହିତ ଶର୍ମା ସାଜିଛନ୍ତି ନମ୍ବର ୧ । ମାତ୍ର ୧୯ ବଲ୍‌ରେ ରୋହିତ ହାସଲ କରିଥିଲେ ଅର୍ଦ୍ଧଶତକ । 

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.