ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ଭଲ ଖବର, କର୍ଣ୍ଣାଟକରେ ମିଳିଲା ଲିଥିୟମ ଖଣୀ

Published By : Prameya-News7 Bureau | July 26, 2024 IST

indiatoday

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ଗାଡ଼ି ତିଆରି କରିବାରେ ଭାରତକୁ ଆହୁରି ବଳ ମିଳିବ। କାରଣ ଜାମ୍ମୁ-କାଶ୍ମୀର ପରେ ଏବେ କର୍ଣ୍ଣାଟକରେ ମିଳିଛି ଲିଥିୟମ ଖଣୀ। ୧୬୦୦୦ ଟନ୍‌ର ଲିଥିୟମ ଭଣ୍ଡାର ଥିବା ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ଭୂବିଜ୍ଞାନ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ। ରାଜ୍ୟ ସଭାରେ ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।  

କର୍ଣ୍ଣାଟକ ମାଣ୍ଡ୍ୟା ଓ ୟାଦଗିରି ଜିଲ୍ଲାରେ ଲିଥିୟମ ରହିଛି। ପରମାଣୁ ଶକ୍ତି ବିଭାଗର ପରମାଣୁ ଖଣିଜ ଅନ୍ୱେଷଣ ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ(ଏଏମ୍‌ଡି) ପ୍ରାଥମିକ ଅନୁସନ୍ଧାନରେ ମାଣ୍ଡ୍ୟା ଜିଲ୍ଲାର ମାର୍ଲାଗାଲା ଠାରେ ୧୬୦୦ ଟନ୍‌ ଲିଥିୟମ ଭଣ୍ଡାର ଥିବା ଜାଣିବାକୁ ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ ଛତିଶଗଡର କୋରବା ଜିଲ୍ଲା ସମେତ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଲିଥିୟମ ପାଇଁ ସମ୍ଭାବ୍ୟ ଭୈଗୋଳିକ କ୍ଷେତ୍ରଗୁଡିକରେ ଏଏମଡି ସକ୍ରିୟ ଭାବରେ ଲିଥିୟମ ଖୋଜୁଛି। ଏଥିସହ ପ୍ରମୁଖ ମିକା ବେଲ୍ଟ- ରାଜସ୍ଥାନ, ବିହାର ଏବଂ ଆନ୍ଧ୍ରପ୍ରଦେଶର ଓ  ତଥା ପେଗମାଟାଇଟ୍ ବେଲ୍ଟ ଓଡିଶା, ଛତିଶଗଡ ଏବଂ କର୍ଣ୍ଣାଟକର ଲିଥିୟମ ଖୋଜା ଜାରି ରହିଛି। 

ସାରା ବିଶ୍ୱରେ ଲିଥିୟମର ଚାହିଦା ରହିଛି। ୧୮୧୭ ମସିହାରେ ଜୋହାନ୍ ଅଗଷ୍ଟ ଆର୍ଫଭେଡସନ୍ ପ୍ରଥମେ ଏହାକୁ ଆବିଷ୍କାର କରିଥିଲେ। ଗ୍ରୀକ୍‌ ଶବ୍ଦ ଲିଥସ(ପଥର)ରୁ ଲିଥିୟମ ଶବ୍ଦ ଆସିଛି। ଯାହାର ଅର୍ଥ ହେଲା ପଥର। ବ୍ୟାଟେରି ନିର୍ମାଣ କରିବାକୁ ଲିଥିୟମର ଆବଶ୍ୟକତା ଖୁବ୍ ପଡ଼ିଥାଏ। ଯାହାକୁ ନେଇ ଚୀନ ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.