ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର, ସମୁଦ୍ରରେ ନ ରହିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Published By : Prameya-News7 Bureau | July 27, 2024 IST

ପାରାଦୀପ ୨୭/୭: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷା ହେବ ଦୂରଗାମୀ କ୍ଷେପଣାସ୍ତ୍ର । ଏଥିପାଇଁ ଜୁଲାଇ ୩୧ ତାରିଖ ଠାରୁ ଅଗଷ୍ଟ ୨ ତାରିଖ ଯାଏ ସକାଳ ୯ଟା୩୦ରୁ ଅପରାହ୍ନ ୪ଟା ୩୦ ଯାଏ ସମୁଦ୍ରରେ ନରହିବାକୁ ପରାମର୍ଶ ଦେଇଛି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ । ପାରାଦ୍ଵୀପର ଷଣ୍ଡକୁଦ ବସ୍ତି , ନୂଆବଜାର ବସ୍ତି, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି। 

ଜୁଲାଇ ୨୪ ରୁ ୨୬ ତାରିଖ ମଧ୍ୟରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିବା ବେଳେ ଆସନ୍ତା ୩୧ ତାରିଖରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ। ମତ୍ସ୍ୟଜୀବୀମାନେ ଏହି କ୍ଷେତ୍ର ମଧ୍ୟରେ ନିଜ ବୋଟ, ଡଙ୍ଗା ଓ ଯନ୍ତ୍ର ଚାଳିତ ଛୋଟ ଡଙ୍ଗା ନେଇ ମାଛ ଧରିଥାନ୍ତି ।  ତେଣୁ ମତ୍ସ୍ୟଜୀବୀ ଓ ବୋଟ ମାଲିକ ମାନଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.