ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍‌ଘାଟନ, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଟ୍ରଷ୍ଟ ସଦସ୍ୟ

Published By : Prameya-News7 Bureau | October 25, 2023 IST

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ୍‌ ହେବେ। ବୁଧବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଚମ୍ପତ ରାୟ ନୃପେନ୍ଦ୍ର ମିଶ୍ରା ଏବଂ ଅନ୍ୟ ଦୁଇ ସଦସ୍ୟ ପିଏମ୍‌ ମୋଦୀଙ୍କୁ ପୁନଃ ଭେଟି ପ୍ରାଣ ପ୍ରତିଷ୍ଠାରେ ସାମିଲ୍‌ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଟ୍ରଷ୍ଟ ସଦସ୍ୟଙ୍କ ନିମନ୍ତ୍ରଣଙ୍କୁ ଗ୍ରହଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ହିଁ ଉଦ୍‌ଘାଟନ କରିବେ।

wp:html /wp:html

ଏନେଇ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀଙ୍କ ସହ ସାକ୍ଷାତକାର ସରିଛି। ସେମାନେ ମତେ ଶ୍ରୀରାମ ମନ୍ଦିରରେ ପ୍ରାଣ-ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜକୁ ଖୁବ୍‌ ଧନ୍ୟ ମନେ କରୁଛି। ଏହା ମୋର ସୌଭାଗ୍ୟ ଯେ ମୁଁ ନିଜ ଜୀବନକାଳରେ ଏହି ଐତିହାସିକ ଅବସରର ସାକ୍ଷୀ ହେବି।’’

ଆହୁରି ପଢ଼ନ୍ତୁ: ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ପ୍ରତିଷ୍ଠା ତାରିଖ ହେଲା ଘୋଷଣା

ସୂଚନାଥାଉକି, ୨୦୨୪ ଜାନୁଆରୀ ୨୨ରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମର ଆୟୋଜନ ଦିନ ସାଢ଼େ ୧୨ରେ ହେବ। ଏଥିପାଇଁ ଅଯୋଧ୍ୟାରେ ଜୋର୍‌ ସୋର୍‌ରେ ପ୍ରସ୍ତୁତି ମଧ୍ୟ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.