ପରିତ୍ୟକ୍ତ ଘରେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକ୍ସନ, କିଛି ଏକ୍ସପାଏରୀ ତ ଆଉ କିଛି ଭଲ

Published By : Prameya-News7 Bureau | June 26, 2024 IST

ଉଦଳା ୨୬।୬: ପରିତ୍ୟକ୍ତ ଘରେ ପଡିଛି କୁଢ଼ କୁଢ଼ ସାଲାଇନ, ଇଞ୍ଜେକ୍ସନ ଏବଂ ଅନ୍ୟ ସାମଗ୍ରୀ । କିଛି ଏକ୍ସପାଏରୀ ହୋଇଛି ତ ଆଉ କିଛି ଭଲ ଅଛି । ହେଲେ ସାଲାଇନ ଏବଂ ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକ୍ସନ ସବୁ ପରିତ୍ୟକ୍ତ ଘରେ ପଡିଛି, ତାହା ଉପରେ ବସିଗଲାଣି ଧୂଳି । ଯାହାକୁ ଦେଖିଲେ ସ୍ପଷ୍ଟ ଯେ, ଅନେକ ମାସ ହେବ ଏଠାରେ ଏସବୁ ପଡ଼ି ରହିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଉଦଳା ଡାକ୍ତରଖାନାରୁ ସାମ୍ନାକୁ ଆସିଛି । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଥିବା ଏକ ପରିତ୍ୟକ୍ତ ଘର ଭିତରେ ପଡିଛି କୁଢ଼ କୁଢ଼ ସାଲାଇନ । କେବଳ ସେତିକି ନୁହେଁ ସେଠାରେ ପେଟିରେ ଭର୍ତ୍ତି ହୋଇ ଇଞ୍ଜେକ୍ସନ ପଡିଛି । ଯାହାକି ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକ୍ସନ, କେବଳ ସେତିକି ନୁହେଁ ସାଲାଇନ ଦେବା ସମୟରେ ବ୍ୟବହୃତ ହେଉଥିବା ଭେନପ୍ଲଗ ସହିତ ପାଇପ ମଧ୍ୟ ପଡିରହିଛି । ସବୁଠାରୁ ବଡ଼କଥା ହେଲା ଏ ସମସ୍ତ ସାଲାଇନ ଏବଂ ଇଞ୍ଜେକ୍ସନ ସରକାରୀ । ସାଲାଇନ ଗୁଡିକ ମଧ୍ୟରୁ କିଛି ଗତ ଜାନୁଆରୀ ମାସରେ ଏକ୍ସପାଏରୀ ହୋଇଥିବା ବେଳେ ଆଉ କିଛି ସାଲାଇନ ୨୦୨୩ ମସିହାରୁ ଏକ୍ସପାଏରୀ ହୋଇଛି । କେବଳ ସେତିକି ନୁହେଁ କିଛି ଇଞ୍ଜେକ୍ସନ ଏକ୍ସପାଏରୀ ହୋଇଥିବା ବେଳେ ଆଉ କିଛିର ଏବେ ବି ଅବଧି ରହିଥିଲେ ସୁଦ୍ଧା  ତାହାକୁ ଫୋପାଡ଼ି ଦିଆଯାଇଛି । ଏଠାରେ ସିରିଞ୍ଜ ମଧ୍ୟ ଫୋପାଡ଼ି ଦିଆଯାଇଛି । ଦୀର୍ଘ ମାସ ହେବ ଏସବୁ ଏପରି ଫୋପଡ଼ା ଯାଇଥିବା ବେଳେ ଏହା ଉପରେ କେମିତି କାହାର ନଜର ପଡି ନାହିଁ । ସରକାରୀ ସାଲାଇନ ଏବଂ ଇଞ୍ଜେକ୍ସନକୁ କିଏ ଏବଂ କ’ଣ ପାଇଁ ଏଠାରେ ଫୋପାଡ଼ିଛି ତାହା ସବୁଠାରୁ ବଡ଼ ପ୍ରଶ୍ନ । ତା ଭିତରେ ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକ୍ସନ ରହିଛି ଯାହାକି ଫୁସଫୁସ ଜନିତ ରୋଗ, ଚର୍ମଜନିତ ରୋଗ, ରକ୍ତଜନିତ ରୋଗରୁ ନିରାକରଣ ନିମନ୍ତେ ବ୍ୟବହାର ହୋଇଥାଏ । ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକ୍ସନକୁ ମଧ୍ୟ ଫୋପାଡ଼ି ଦିଆଯାଇଛି । 

 You Can Read :

୪ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରଥଯାତ୍ରାରେ ହେବେ ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.