ନୂଆଦିଲ୍ଲୀ: ଭାରତ ସରକାର ଦେଶକୁ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ଚେଷ୍ଟା କରୁଛନ୍ତି। କାରଣ ସେମିକଣ୍ଡକ୍ଟର ପାଇଁ ଦେଶକୁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗାମୀ ସମୟରେ ଏହାର ଆବଶ୍ୟକତା ମଧ୍ୟ ବଢ଼ିବାକୁ ଯାଉଛି। ଏହାକୁ ଧ୍ୟାନରେ ରଖି ସରକାର ଚାହୁଛନ୍ତି ଯେ, ଦେଶରେ ବଡ଼ ଆକାରରେ ସେମିକଣ୍ଡକ୍ଟର ନିର୍ମାଣ ହେଉ। ଏଥିପାଇଁ ସରକାର ଏକ ପିଏଲଆଇ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି।
ଆଉ ସରକାରଙ୍କ ଏହି ପ୍ରୟାସ ସଫଳ ହେବାର ମଧ୍ୟ ଦେଖାଯାଉଛି। କାରଣ ଅନେକ ବଡ଼ ବଡ଼ କମ୍ପାନି ସରକାରଙ୍କ ଯୋଜନାର ଫାଇଦା ନେବା ସହ ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ଯେଉଁଥିରେ ଆପଲ ଏବଂ ଅନ୍ୟ କମ୍ପାନିଙ୍କ ପାଇଁ ଚୁକ୍ତିରେ ଚିପ୍ ନିର୍ମାଣ କରୁଥିବା ତାଇଓ୍ବାନ କମ୍ପାନି ଫକ୍ସକନ ମଧ୍ୟ ରହିଛି। ଆମେରିକୀୟ ଚିପ୍ କମ୍ପାନି ମାଇକ୍ରୋନ ମଧ୍ୟ ଏହି ତାଲିକାରେ ରହିଛି। ତେବେ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ କମ୍ପାନିର ନାଁ ଯୋଡ଼ି ହୋଇଛି। ତାହା ହେଉଛି ନିର୍ମାଣ ତଥା ଇଞ୍ଜିନିୟରିଂ କ୍ଷେତ୍ରର ସବୁଠୁ ବଡ଼ କମ୍ପାନି ଏଲ୍ ଆଣ୍ଡ୍ ଟି।
ଆହୁରି ପଢ଼ନ୍ତୁ: ଅର୍ଥନୀତି ପାଇଁ ଭଲ ଖବର: ପ୍ରଥମ ଭରତୀୟ କମ୍ପାନୀ ଭାବେ ମେମୋରି ଚିଫ୍ ଉତ୍ପାଦନ କଲା ସହସ୍ର ସେମିକଣ୍ଡକ୍ଟର୍ସ
ଲାର୍ସନ ଆଣ୍ଡ୍ ଟୁବ୍ରୋ ମଙ୍ଗଳବାର ଏନେଇ ଏକ ବଡ଼ ଘୋଷଣା କରିଛି। କମ୍ପାନି କହିଛି ଯେ, ଏହା ବର୍ତ୍ତମାନ ଫ୍ୟାବଲେସ୍ ସେମିକଣ୍ଡକ୍ଟର ଚିପ୍ ଡିଜାଇନ କ୍ଷେତ୍ରରେ ଓହ୍ଲାଇବାକୁ ଯାଉଛି। ଏଥିପାଇଁ ଏଲ୍ଆଣ୍ଡ୍ଟି ଏକ ନୂଆ ପୂର୍ଣ୍ଣ ସ୍ବାମିତ୍ବ ଥିବା ସବସିଡାରୀ ସ୍ଥାପନ କରିବ। ଆଉ ଏଥିପାଇଁ କମ୍ପାନି ୮୩୦ କୋଟିର ନିବେଶ କରିବ। ତେବେ କୁହାଯାଉଛି, କମ୍ପାନି ଏହାର ପ୍ଲାଣ୍ଟ ଭାରତରେ ନିର୍ମାଣ କରିପାରେ। ଆଉ ଏହାର ଆରଆଣ୍ଡ୍ଟି ସେଣ୍ଟର ଆମେରିକାରେ ରହିବ।
ତେବେ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଟୋମୋଟିଭ ଏବଂ ଇଣ୍ଡିଷ୍ଟ୍ରିଆଲ କ୍ଷେତ୍ରରେ ଚିପ୍ ଡିଜାଇନ ଉପରେ ଧ୍ୟାନ ଦେବ। ବିଶେଷ କରି ଚିପ୍ ଡିଜାଇନ୍ ଉପରେ। ଏମିତିରେ କମ୍ପାନି ପୂର୍ବରୁ ହିଁ ଆଇଟି ଏବଂ ଟେକ୍ନୋଲୋଜି ସେବା କ୍ଷେତ୍ରରେ ସ୍ଥିତି ଜାହିର କରିଛନ୍ତି। ଏହାଦ୍ବାରା କମ୍ପାନିକୁ ସେମିକଣ୍ଡକ୍ଟର ଦିଗରେ ବେଶ୍ ସହାୟକ ହେବ।
ଆହୁରି ପଢ଼ନ୍ତୁ: ସେମିକଣ୍ଡକ୍ଟର କ୍ଷେତ୍ରରେ ଚୀନକୁ ପଛରେ ପକାଇବ ଭାରତ, ମନ୍ତ୍ରୀ କହିଲେ-ବଢ଼ିବ ପୁଞ୍ଜି ନିବେଶ