ଉତ୍ତର ଭାରତରେ ତାତିର ରେକର୍ଡ; ପ୍ରଚଣ୍ଡ ଗ୍ରୀଷ୍ମଲହରୀରେ ୟୁପି ଓ ବିହାରରେ ଶତାଧିକ ମୃତ

Published By : Prameya-News7 Bureau | June 19, 2023 IST

ନୂଆଦିଲ୍ଲୀ: ହିଟ୍ଓ୍ବେଭର ସର୍ଜିକାଲ୍ ଷ୍ଟ୍ରାଇକ୍ । ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ । ତାପମାତ୍ରା ରେକର୍ଡ ପାର୍ କରିଛି ।  ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ଲୁ’  ମାରିବା ଯୋଗୁ  ୟୁପି ଓ ବିହାରରେ ଶହେରୁ ଅଧିକ ପ୍ରାଣ ହରାଇଲେଣି । ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ଗତ  ୪ଦିନ ମଧ୍ୟରେ  ୫୭ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ହେଲେ ସରକାରୀଭାବେ ଏତେ ସଂଧ୍ୟାରେ ମୃତ୍ୟୁ  ହୋଇଥିବା ଘୋଷଣା କରାଯାଇନାହିଁ । ସେପଟେ ରାଜ୍ୟ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ କହିଛନ୍ତି, ପ୍ରଚଣ୍ଡ ଖରାରେ ଲୁ’ ମାରିବା ଯୋଗୁ  ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି ।  ଏପଟେ ରବିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରି ଯାଞ୍ଚ ଆରମ୍ଭ କରିଛି ।

{"id":805566,"sizeSlug":"full","linkDestination":"none"}

ବାଲିଆ ଜିଲ୍ଲାରେ ଭୀଷଣ ଗରମ ଯୋଗୁ ଲୁ’ କହର ଜାରି ରହିଛି । ଗତ ଚାରି ଦିନରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତେ ସଂଖ୍ୟାରେ ମୃତ୍ୟୁକୁ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରାଳୟ ଏକ ଟିମ୍ ଗଠନ କରି ଯାଞ୍ଚ ଆରମ୍ଭ କରିଛି । କେଉଁ କାରଣରୁ ମୃତ୍ୟୁ ହୋଇଛି ଜଳବାୟୁ ବିଭାଗ ସ୍ଥାନୀୟ ଅଞ୍ଚଳରୁ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ଅନ୍ୟପଟେ ବାଲିଆ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ ସ୍ତରର ଜଣେ ଡାକ୍ତର ହିଟଓ୍ବେଭ୍ ଯୋଗୁ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି କହିଥିଲେ ।  ପରେ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଛି ।   

ଅନ୍ୟପଟେ ରାଜ୍ୟରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ନେଇ ବିରୋଧ ନେତା ଅଖିଳେଶ ସିଂହ ଯାବଦ ଯୋଗା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ପାଇଁ ରାଜ୍ୟ ଲୋକ ପୋକମାଛି ପରି ମରୁଛନ୍ତି । ହିଟ୍ଓ୍ବେଭ ପାଇଁ ସ୍ବାସ୍ଥ୍ୟ ବିଭାଗ ସତର୍କତା ବିଜ୍ଞପ୍ତି ଜାରି କରିବା ଆବଶ୍ୟକ ।

{"id":805567,"width":821,"height":505,"sizeSlug":"full","linkDestination":"none"}

ସେପଟେ ବିହାରରେ ହେଟଓ୍ବେଭ୍ ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ବିହାରରେ ୨୪ ଘଣ୍ଟାରେ ୪୪ଜଣ ପ୍ରାଣ ହରାଇଲେଣି । କେବଳ ପାଟଣାରେ ୩୫ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁ ୯ଜଣ ପ୍ରାଣ ହରାଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ଭୀଷଣ ଗରମ ପାଇଁ ଓଡ଼ିଶା, ଝଡ଼ଖଣ୍ଡ, ଛତିଶଗଡ଼ ଓ ଦକ୍ଷିଣ ବିହାରର କିଛି ସ୍ଥାନରେ ହେଟଓ୍ବେଭ୍ ସତର୍କତା ଜାରି କରିଛି । ଏହାଛଡ଼ା ଆନ୍ଧ୍ରପ୍ରଦେଶ ଏବଂ ତେଳଙ୍ଗାନାରେ ମଧ୍ୟ ହେଟଓ୍ବେଭ୍ ସ୍ଥିତି ଦେଖାଦେଇଥଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.