ଲୋକସଭାରୁ ବହିଷ୍କାରକୁ ବିରୋଧ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହୁଆ ମୋଇତ୍ର

Published By : Prameya-News7 Bureau | December 11, 2023 IST

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କାର ବିରୋଧରେ ଏବେ ମହୁଆ ମୋଇତ୍ର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମୋଇତ୍ରଙ୍କୁ ଶୁକ୍ରବାର ‘ଲାଞ୍ଚ ନେଇ ପ୍ରଶ୍ନ ପଚାରିବା’ ମାମଲାରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ପ୍ରକୃତରେ ଏହି ମାମଲାରେ ଏଥିକ୍ସ କମିଟିକୁ ରିପୋର୍ଟ ଦେବାକୁ କୁହାଯାଇଥିଲା। ଆଉ କମିଟିର ରିପୋର୍ଟ ସ୍ବୀକାର କରିବା ପରେ ହିଁ ଡିସେମ୍ବର ୮ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

ସୂଚନାଥାଉକି, ତାଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ଆଣିଥିଲେ। କୁହାଯାଇଥିଲା ଯେ, ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ଏବଂ ଦାମୀ ଗିଫ୍ଟ ନେଇଛନ୍ତି। ନିଜେ ବ୍ୟବସାୟୀ ମଧ୍ୟ ସତ୍ୟପାଠରେ କହିଥିଲେ ଯେ, ମହୁଆ ଆଦାନୀ ଗ୍ରୁପ୍‌ ଉପରେ ପ୍ରଶ୍ନ ଉଠାଇବା ପାଇଁ ସଂସଦର ଲଗଇନ ତଥ୍ୟ ସେୟାର କରିଥିଲେ। ଅବଶ୍ୟ, ଟିଏମସିର ପୂର୍ବତନ ସାଂସଦ ନିଜ ଉପରେ ଲାଗଯାଇଥିବା ସବୁ ଅଭିଯୋଗ ଉପରେ ଖଣ୍ଡନ କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ: ସଂସଦରୁ ବହିଷ୍କାର ପରେ ବର୍ଷିଲେ ମହୁଆ ମୈଇତ୍ର: ପୂର୍ବରୁ ୧୬ ସାଂସଦ ହୋଇଛନ୍ତି ବିଦା, ଇନ୍ଦିରାଠୁ ରାହୁଲ ଗାନ୍ଧି ଯାଏ ରହିଛି ଲମ୍ବା ଲିଷ୍ଟ୍

ତେବେ ବହିଷ୍କାର ପରେ ମହୁଆ ଏଥିକ୍ସ କମିଟି ଉପରେ ମଧ୍ୟ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ଉପରେ ବିନା ପ୍ରମାଣରେ କାର୍ଯ୍ୟାନଷ୍ଠାନ କରାଯାଉଛି। ଏଥିକ୍ସ କମିଟି ସବୁ ନିୟମ ଭାଙ୍ଗିଛନ୍ତି। ସେ କହିଥିଲେ ଯେ, ଯେତେବେଳେ କମିଟି ରିପୋର୍ଟ ନିଆଯାଇଥିଲା, ସେତେବେଳେ ତାଙ୍କୁ ସଫେଇ ଦେବାକୁ ସୁଯୋଗ ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.