ଜେଲ୍‌ ବିଭାଗର ବଡ଼ଧରଣର ଅଦଳବଦଳ, ୧୯ ଜେଲ୍‌ରଙ୍କୁ ବଦଳି

Published By : Prameya-News7 Bureau | June 09, 2024 IST

ଭୁବନେଶ୍ୱର ୦୯।୦୬ : ନିର୍ବାଚନ ଆଚରଣବିଧି ଉଠିବା ପରେ ଜେଲ୍‌ ବିଭାଗରେ ବଡ଼ଧରଣ ଅଦଳବଦଳ ହୋଇଛି। ଜେଲ୍‌ ବିଭାଗର ୧୯ଜଣ ଜେଲର୍‌ଙ୍କ ବଦଳି ହୋଇଛି। ଝାରସୁଗୁଡ଼ା ଜେଲର ଜେଲର୍‌ ତଥା ଅଧୀକ୍ଷକ ଥିବା ସତ୍ୟନାରାୟଣ ବେହେରାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଜେଲର୍‌ ଭାବେ  ବଦଳି କରାଯାଇଛି।

ଜଗତସିଂହପୁର   ଜେଲର୍‌ ମଦନ ମୋହନ ମାରାଣ୍ଡିଙ୍କୁ   ଚମ୍ପୁଆ ସବ୍‌ ଜେଲ୍‌କୁ ବଦଳି ହୋଇଛି। ବଡ଼ଗଡ଼ ଜିଲ୍ଳା ଜେଲର୍‌ ସଲମାନ କୁଜୁରଙ୍କର ଧର୍ମଗଡ଼ ସବ୍‌ ଜେଲ୍‌କୁ ବଦଳି ହୋଇଛି। ଦଶପଲ୍ଳା ଜେଲ୍‌ର   ଜେଲର୍‌ ସଞ୍ଜୀବ କୁମାର ସୟଙ୍କର ବାଲିଗୁଡା ସବ୍‌ ଜେଲ୍‌କୁ ବଦଳି ହୋଇଛି। ଚମ୍ପୁଆ ଜେଲ୍‌ର ଜେଲର  ତଥା ଅଧୀକ୍ଷକ ସ୍ମିତାରାଣୀ ଖଟୁଆଙ୍କର ଆନନ୍ଦପୁର ସବ୍‌ ଜେଲ୍‌କୁ ବଦଳି ହୋଇଛି । ଆନନ୍ଦପୁରରେ ଥିବା ମଧୁସ୍ମିତା  ସେଠୀଙ୍କୁ ବାରିପଦା ଜେଲ୍‌କୁ ବଦଳି  ହୋଇଛି। ଧର୍ମଗଡ଼ ସବ୍‌ ଜେଲରେ ଥିବା ଜେଲର ଦାଶମି ବାଗ୍‌ଙ୍କ ପଦ୍ମପୁରକୁ  ବଦଳି ହୋଇଛି। ଆସ୍କାରେ ଥିବା ଜେଲର୍‌ ଖଗେଶ୍ୱର ସିଂହକୁ ଉମରକୋଟ୍‌ ସବ୍‌  ଜେଲ୍‌, ଗୁଣୁପୁରରେ ଥିବା ଜେଲର୍‌ ହନୁ ସେଠୀଙ୍କୁ ପାରଳାଖେମୁଣ୍ଡିକୁ ବଦଳି ହୋଇଛି। ପାରଳାଖେମୁଣ୍ଡିର ଜେଲର  କେ.ପି. ପତିଙ୍କୁ ଗୁଣୁପୁରୁଙ୍କୁ ବଦଳି ହୋଇଛି। ପଦ୍ମପୁର ଜେଲର୍‌ ଦଣ୍ଡପାଣି ପାତ୍ରଙ୍କୁ ଭଞ୍ଜନଗର ସ୍ପେଶାଲ୍‌ ଜେଲ୍‌, ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର୍‌ ଲକ୍ଷ୍ମିକାନ୍ତ ମାଝିଙ୍କୁ ଝାରସୁଗୁଡା ଜିଲ୍ଳା  ଜେଲ୍‌କୁ ବଦଳି ହୋଇଛି । ବାରିପଦା  ମଣ୍ଡଳ କାରାଗାର ଶଶିକାନ୍ତ ମହାଲିକଙ୍କୁ  କେନ୍ଦ୍ରାପଡ଼ା, ବାଲିଗୁଡା ଜେଲର   ଅଶୋକ କରଙ୍କୁ ବୌଦ୍ଧ ଜିଲ୍ଲା ଜେଲ୍‌, ଭଞ୍ଜନଗର ସ୍ପେଶାଲ୍‌ ଜେଲରୁ ମାନସ ରଞ୍ଜନ ସାମନ୍ତଙ୍କୁ ଦଶପଲ୍ଲା ସବ୍‌ ଜେଲ୍‌କୁ  ଜେଲର୍‌ ତଥା ଅଧୀକ୍ଷକ ଭାବେ ବଦଳି ହୋଇଛି। କେନ୍ଦ୍ରାପଡ଼ା ଜେଲ୍‌ର ବାବୁଲି କରଙ୍କୁ ବାଙ୍କୀ ଜେଲ, ଉମରକୋଟ୍‌   ଜେଲର ଗଗନ ବିହାରି ସାହୁଙ୍କୁ ଜଗତସିଂହପୁର ଜିଲ୍ଳା ଜେଲ୍‌, ବାଣପୁର  ଜେଲର ପୂର୍ଣ୍ଣିମା ବାଗ୍‌ଙ୍କୁ ବରଗଡ଼ ଜିଲ୍ଳା ଜେଲକୁ ବଦଳି ହୋଇଛି। ବୌଦ୍ଧ ଜେଲ୍‌ର ଜଗତ ବିହାରି ରାଉତରାୟଙ୍କୁ  ବାଣପୁର ସବ୍‌ ଜେଲ୍‌କୁ ବଦଳି ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.