ପୋଲିସ କବଜାରେ ରସିକିଆ ଠକ; ମାଟ୍ରିମୋନିଆଲ୍ ସାଇଟ୍ ରେ ବିବାହ ପ୍ରତିଶ୍ରୁତି ତାପରେ...

Published By : Prameya-News7 Bureau | February 04, 2025 IST

ଭୁବନେଶ୍ୱର 04/02 : ଇଏ ବି ଏକ ପ୍ରେମ ସଂପର୍କ, ଯାହା ପ୍ରତାରଣା ପାଲଟିଛି। ସଂପର୍କ ମାଟ୍ରିମୋନିଆଲ୍ ରିକ୍ୱେଷ୍ଟରୁ ଆରମ୍ଭ ହୋଇଥିଲା। ପରେ ପ୍ରେମର ସୂକ୍ଷ୍ମ ସୂତା ହାତ ଗଣ୍ଠିରେ ପରିଣତ ହେବାକୁ ଯାଉଥିଲା। ମାତ୍ର ଏହା ପୂର୍ବରୁ ସବୁ ସତର ହୋଇଗଲା ପର୍ଦ୍ଦାଫାସ୍। ପ୍ରେମୀକ ପ୍ରବରର ମୁଖା ଖୋଲିଗଲା। ସବୁ ଜଣିବା ପରେ ମହିଳା ଜଣଙ୍କ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି। 

ଆଜିକାଲି ବିବାହର ଏକ ମାଧ୍ୟମ ସାଜିଛି ମାଟ୍ରିମୋନିଆଲ୍ ସାଇଟ୍। ଯେଉଁଥିରେ ପୁଅ ଝିଅ ପରସ୍ପରକୁ ବୁଝି ଜାଣି ବିବାହ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି ଏବେ ସେହି ମ୍ୟାଟ୍ରିମୋନିଆଲ୍ ସାଇଟ୍ ପାଲଟିଛି କାଳ। ଅର୍ଥାତ୍ ଏଥିରେ କ୍ୟାଣ୍ଡିଡେଟ୍ ନିଜ ବିଷୟରେ ଭୁଲ୍ ତଥ୍ୟ ଦେଇ ମହିଳାଙ୍କୁ ଫସାଉଛନ୍ତି।  ଏଠି ବି ଘଟିଛି ସେମିତି କିଛି। ମାଟ୍ରିମୋନିଆଲ୍ ସାଇଟରେ ବିବାହ ପାଇଁ ରିକ୍ୱେଷ୍ଟ ପଠେଇଲେ ଯୁବକ ଦୀପ୍ତି ରଞ୍ଜନ ପଟ୍ଟନାୟକ। ମହିଳା ଜଣକ ଆକ୍ସେପ୍ଟ ବି କଲେ। ତାପରେ ଆରମ୍ଭ  ହେଲା, ପ୍ରେମର ପରୱାନା। ଚାଟ୍ ଆରମ୍ଭ ହେଲା, ଧିରେ ଧିରେ କଥା ବିବାହ ଆଡ଼କୁ ଗଲା। ଉଭୟ ପରିବାର ପରସ୍ପରକୁ ଭେଟ ବି କଲେ। ବିବାହ ପାଇଁ ଭେନ୍ୟୁ ବି ଦେଖା ସରିଗଲା। ଯୁବକଟି ନିଜ ଅଚାଳଚଳ ସମ୍ପତ୍ତି, ସାତ ମହଲା କୋଠା ସହ ନିଳାଦ୍ରୀ ବିହାରରେ ଘର ଓ ଟ୍ରେଡିଂରୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିବା କହିଥିଲା। କିନ୍ତୁ ଆକାଉଣ୍ଟ ବ୍ଲକ ହୋଇଯାଇଥିବା କହି ମହିଳାଙ୍କ ଠାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଆଣି ଏକ ଆଇଫୋନ୍ କିଣିଥିଲେ। ଏମିତି କି ମହିଳାଙ୍କ ଟଙ୍କାରେ ତାଙ୍କ ଘର ଚାଲୁଥିଲା। ସତ ସେତେବେଳେ ଧରା ପଡ଼ିଥିଲା ଯେତେବେଳେ ମହିଳା ଓ ତାଙ୍କ ଭାଇ ବାଲେଶ୍ୱର ଯୁବକଙ୍କ ଗାଁକୁ ଯାଇଥିଲେ। ସେଠାରେ ଯୁବକଙ୍କ ସଂପର୍କୀୟ କହିଥିଲେ ଯେ, ସେ ବାହା ହୋଇଛନ୍ତି ଓ ତାଙ୍କର ୩ଟି ଛୁଆ ଅଛନ୍ତି। ଏକଥା ମହିଳାଙ୍କ ପାଦତଳୁ ଖସି ଯାଇଥିଲା ମାଟି। 


ମହିଳା ଜଣଙ୍କ ଉଚ୍ଚ ଶିକ୍ଷିତ । ଭୁବନେଶ୍ୱରରେ ରୁହନ୍ତି। ତଥାପି ସେ ଏମିତି ଫ୍ରଡ୍ ର ଶିକାର ହେବେ, ଯାହାକୁ ସେ ବିଶ୍ୱାସ ବି କରିପାରୁନଥିଲେ। ଚନ୍ଦ୍ରଶେଖରପୁର ଥାନରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଚାଲିଛି ତଦନ୍ତ। ଏବେ କମିଶନରେଟ ପୋଲିସ କବଜାରେ ରସିକିଆ ଠକ। ମାଟ୍ରିମୋନିଆଲ ସାଇଟରେ ଫେକ୍ ଆକାଉଣ୍ଟ ଖୋଲି ବିବାହ ପ୍ରପୋଜାଲ ଦେଉଥିଲେ । ନିଜକୁ ଡିଭୋର୍ସି କହି ଏକାଧିକ ମହିଳାଙ୍କୁ ବିବାହ କରିବାକୁ କହି ସମ୍ପର୍କ ରଖିଥିଲେ। ଟାର୍ଗେଟରେ ଥିଲେ ଡିଭୋର୍ସି ମହିଳା । ଗତ ଡିସେମ୍ବର ରେ ଜଣେ ମହିଳାଙ୍କୁ ମାଟ୍ରିମୋନିଆଲ ସାଇଟରେ ସମ୍ପର୍କ ଆରମ୍ଭ କରିଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ନେଇଥିଲେ ।  ଏଭଳି ଏକାଧିକ ଯୁବତୀ ଓ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଯୁବକ । ଥାନାରେ ମହିଳାଙ୍କ  ଅଭିଯୋଗ ପରେ ରସିକିଆ ଠକକୁ ଅଟକ ରଖି ଜେରା କରୁଛି ପୋଲିସ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.