ଘର ଆଗରୁ ମୃତଦେହ ଉଦ୍ଧାର, ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ

Published By : Prameya-News7 Bureau | June 19, 2024 IST

ଅନୁଗୋଳ ୧୯।୬: ଅନୁଗୋଳ ଜରସିଂହା ପୁରୁଣାସାହିରେ ଅଭାବନୀୟ ଘଟଣା । ଘର ସାମ୍ନାରେ ରାତିରେ ଶୋଇଥିବା ବେଳେ ଗଦା ନାଏକଙ୍କ ଜୀବନ ଚାଲିଯାଇଛି । ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବୁଧବାର ସକାଳେ ଘର ଲୋକ ଦେଖିବା ପରେ କାନ୍ଦ ବୋବାଳି ଲାଗି ରହିଥିବା ବେଳେ ଅନୁଗୋଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଗଦା ନାଏକ ଏବଂ ତାଙ୍କ ସମ୍ପର୍କୀୟ ବଡ଼ ଭାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ରାତିରେ ସମସ୍ତେ ନିଜ ନିଜ ଘରେ ଖାଇସାରି ଶୋଇଥିଲେ । ବୁଧବାର ସକାଳେ ଗଦା ନାଏକଙ୍କ ମୃତଦେହ ଘର ସାମ୍ନାରୁ ମିଳିଥିଲା । ତେଣୁ ପରିବାର ଲୋକ ତାଙ୍କର ସମ୍ପର୍କୀୟ ଭାଇ ଉପରେ ସନ୍ଦେହ କରୁଛନ୍ତି । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମ୍ପର୍କୀୟ ବଡ଼ ଭାଇ ଫେରାର ରହିଛି ।

You Can Read :

ବଡ଼ଚଣା ପିଏମ କିଶାନ କାର୍ଯ୍ୟକ୍ରମ : ପ୍ରଧାନମନ୍ତ୍ରୀ କିଶାନ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.