ଚାହୁଁ ଚାହୁଁ ଜଳିଗଲା ଦୁଇ ଟ୍ରକ୍, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

Published By : Prameya-News7 Bureau | August 18, 2024 IST

ଅନୁଗୋଳ ୧୮ଦୁଇ ଟ୍ରକ୍‌ରେ ଲାଗିଲା ନିଆଁ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ୨ଟି ଟ୍ରକ୍ ଜଳି ଉଠିଲା । ନିଆଁକୁ ଆୟତ କଲା ଦମକଳ ବାହିନୀ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜରପଡା ନିକଟସ୍ଥ ଦୁର୍ଗାପୁର ଗାଁରେ ଥିବା ସରକାରୀ ମଦ ଗୋଦାମ ଆଗରେ ଛିଡା ହୋଇଥିବା ଦୁଇଟି ଟ୍ରକ୍‌ରେ ନିଆଁ ଲାଗିଛି । ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଛନ୍ତି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । 

You Can Read:

ଶୁଣ୍ଢରେ ଫିଙ୍ଗି ଗୋଡ଼ରେ ଦଳିଦେଲା ଦନ୍ତା, ଗୁରୁତର ବୃଦ୍ଧ ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.