ସମ୍ବଲପୁର ଜୁ ଖୁଆଡକୁ ଆସିଲା ମଣିଷଖିଆ ବାଘ, ନୂଆପଡ଼ାରୁ ହୋଇଥିଲା ଟ୍ରାଙ୍କୁଲାଇଜ୍

Published By : Prameya-News7 Bureau | October 01, 2024 IST

ସମ୍ବଲପୁର ୧।୧୦: ନୂଆପଡାରୁ ଧରା ହୋଇଥିବା କଲରାପତରିଆ ବାଘକୁ ସମ୍ବଲପୁର ଜୁରେ ଖୁଆଡରେ ରଖାଯାଇଛି । ଦୀର୍ଘଦିନ ଧରି ଏକାନ୍ତ ରହିବା ପରେ ଏକ ମାଈ କଲରାପତରିଆ ବାଘ ପାଖରେ ତାକୁ ଅନ୍ଯ ଖୁଆଡରେ ଛଡାଯାଇଛି । ସେଣ୍ଟ୍ରାଲ ଜୁ ଅଥୋରିଟିର ଅନୁମତି ପରେ ତାକୁ ମାଈ କଲରାପତରିଆ ବାଘ ଖୁଆଡରେ ରଖାଯାଇଛି । 

ଗତ ନଭେମ୍ବରରେ ବାଘଟି ନୂଆପଡାରୁ ଟ୍ରାଙ୍କୁଲାଇଜ ହୋଇ ସମ୍ବଲପୁର ଜୁ ଆସିଥିଲା । ପ୍ରଥମେ କ୍ବାରେଣ୍ଟାଇନରେ ରହିବା ସହ ସିସିଟିଭି ନଜରରେ ରହିଥିଲା । ବର୍ତ୍ତମାନ ତାକୁ ଖୁଆଡ ଦିଆଯାଇଥିବା ଡିଏଫଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି । ତେବେ ଆଗକୁ ବ୍ଯବହାରିକ ପରିବର୍ତ୍ତନ ପରେ ଉଭୟଙ୍କୁ ଗୋଟିଏ ଖୁଆଡରେ ରଖାଯିବ ।

You Can Read:

କଟକରେ ନୂଆ ସିପି ଏସ୍‌. ଦେବଦତ୍ତ ସିଂହଙ୍କ ତାଗିଦ୍, ଟାର୍ଗେଟ୍‌ରେ ଗାଦିମଡ଼ା ପୋଲିସ ଅଧିକାରୀ, ଦକ୍ଷତା ଉପରେ ଗୁରୁତ୍ବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.