ସ୍ୱାମୀ ନା ଜହ୍ଲାଦ ? ସାମାନ୍ୟ ବଚସାରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ଅଟକ ରଖିଲା ପୋଲିସ

Published By : Prameya-News7 Bureau | July 23, 2024 IST

ଉଦଳା ୨୩: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାଲିଯୋଡ଼ା ଗ୍ରାମରେ ଘଟିଛି । 

ସୂଚନାଯୋଗ୍ୟ ଯେ,  ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବାଲିଯୋଡ଼ା ଗ୍ରାମର ଶୁକଦେବ ସିଂ ସୋମବାର ରାତିରେ ବଜାରରୁ ଫେରି ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ଶୁକଦେବ ଏବଂ ତାଙ୍କ ସ୍ତ୍ରୀ କୁନିମଣି ସିଂଙ୍କ ମଧ୍ୟରେ ବଚସା ହୋଇଥିଲା । ଘର ଭିତରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ସ୍ୱାମୀ ଶୁକଦେବ ଏକ ପଥରରେ ସ୍ତ୍ରୀର ମୁଣ୍ଡକୁ ଛେଚି ଦେଇଥିଲା । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସକାଳୁ ଶୁକଦେବ ତାଙ୍କ ସ୍ତ୍ରୀକୁ ମାରିଦେଇଥିବା କଥା ପରିବାର ଲୋକଙ୍କୁ କହିଥିଲେ । ହେଲେ ଏହି ଘଟଣାକୁ ପରିବାର ଲୋକେ କାହାକୁ ଜଣାଇ ନଥିଲେ । ତେବେ ପୋଲିସ ସୂଚନା ପାଇବା ପରେ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । 

You Can Read:

ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗଗିରି ! ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ଋଣ ଟଙ୍କା ଆଦାୟ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.