୨୦୨୫ରେ ହେବ ଅନେକ ପରିବର୍ତ୍ତନ, ଆପଣଙ୍କୁ କରିବ ପ୍ରଭାବିତ

Published By : Prameya-News7 Bureau | December 31, 2024 IST

ଭୁବନେଶ୍ଵର: ଆଉ କିଛି ସମୟର ଅପେକ୍ଷା ବିଦାୟ ନେବ ୨୪ପାଦ ଥାପିବ ୨୫।  ଆମର ଆଶା ଓ ଆକାଂକ୍ଷା ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ମଙ୍ଗଳମୟ ଏବଂ ଖାସ  ହେଉ। ତେବେ ଏହି ବର୍ଷ ୨୦୨୫ରେ କିଛି ନୂଆ ନୂଆ ପଦକ୍ଷେପ ଲାଗୁ ହେବାକୁ ଯାଉଛି । ଏହା ଆମ ସମସ୍ତଙ୍କୁ କିଛି ନା କିଛି ପ୍ରକାରରେ ପ୍ରଭାବିତ କରିବାକୁ ଯାଉଛି। ତେଣୁ ୨୫କୁ ଯିବା   ପୂର୍ବରୁ ଆସନ୍ତୁ ନଜର ପକାଇଦେବା ସେମିତି କିଛି ପଦକ୍ଷେପଗୁଡ଼ିକ ଉପରେ ଯାହା ଲାଗୁ ହେବାକୁ ଯାଉଛି ଆଉ ଆପଣଙ୍କୁ ପ୍ରଭାବିତ କରିପାରେ। 

୨୫ରେ କଣ କଣ ହେବ ନୂଆ ? କିଛି ଖାସ କଥା ଯାହା ଆପଣଙ୍କୁ ପ୍ରଭାବିତ କରିପାରେ। ଆସନ୍ତୁ ନଜର ପକାଇବା ଏମିତି ୧୦ଟି ପଦକ୍ଷେପ ଯେଉଁସବୁ ଆପଣ ଜାଣିବା ଜରୁରୀ। ସେହି ଅନୁସାରେ ଆପଣ ବି ପ୍ରସ୍ତୁତ ହେବେ। 

୧- ଫିଚର ଫୋନରେ ଡବଲ୍ ୟୁପିଆଇ କାରବାର 

ଯେଉଁମାନେ ଏବେବି ଫିଚର ଫୋନ ବ୍ୟବହାର କରୁଛନ୍ତି ଏବଂ ସେଥିରେ ୟୁପିଆଇ ଟ୍ରାନଜାକ୍ସନ କରୁଛନ୍ତି ସେମାନଙ୍କ ପାଇଁ ନୂଆ ସୁବିଧା ଲାଗୁ ହେବ। ସେମାନେ ୫ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରୁଥିଲେ। କିନ୍ତୁ ଏବେ ସେମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ।  ତେବେ ସ୍ମାର୍ଟ ଫୋନଧାରୀଙ୍କ ପାଇଁ ପୂର୍ବ ସୁବିଧା ବଳବତ୍ତର ରହିବ

୨- ସବୁ ବ୍ୟାଙ୍କରୁ ପେନ୍ସନ ଉଠାଇପାରିବେ 

ପେନସନଧାରୀମାନେ ସେହି ବ୍ୟାଙ୍କରୁ ପେନସନ ଉଠାଇପାରୁଛନ୍ତି ଯେଉଁ ବ୍ୟାଙ୍କରେ ସେମାନଙ୍କର ଆକାଉଣ୍ଟ ଅଛି। ତେବେ ଏଥର ସେମାନେ ଯେକୌଣସି ବ୍ୟାଙ୍କରୁ ପେନସନ ଉଠାଇପାରେବେ। ଏଥିପାଇଁ ଅତିରିକ୍ତି ଭେରିଫିକେସନ ଦରକାର ପଡ଼ିବ ନାହିଁ। 

୩- ଚାଷୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ଋଣ  

କୃଷକମାନଙ୍କୁ ଏବେ ବିନା ଗ୍ୟାରେଣ୍ଟିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ। ଆରବିଆଇ କିଛି ଦିନ ତଳେ ଏହି ଘୋଷଣା କରିଛି। ଏବେ ଚାଷୀମାନେ ବିନା ଗ୍ୟାରେଣ୍ଟିରେ ଲକ୍ଷେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ଲୋନ ପାଇପାରୁଛନ୍ତି। 

୪- କଲ୍ ଏସଏମଏସ ପାଇଁ ଶସ୍ତା ପ୍ୟାକେଜ୍ 

ଖାଲି କଲ୍ ଏବଂ ଏସଏମଏସ ପାଇଁ ଯଦି ଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଡେଟା ପ୍ୟାକେଜ ନେବାକୁ ବାଧ୍ୟ କରାଯାଉଥିଲା। ହେଲେ ଟ୍ରାଇ ନିର୍ଦ୍ଦେଶ କରିଦେଇଛି ଟେଲିକମ୍ କମ୍ପାନିମାନେ ଏଥର କଲ୍ ଏବଂ ଏସଏମଏସ ପାଇଁ ଅଲଗା ଶସ୍ତା ପ୍ଲାନ ରଖିବେ। ଏଥିପାଇଁ ଆପଣଙ୍କ ଖର୍ଚ୍ଚ କମ୍ ପଡ଼ିବ। 

୫- ପୁରୁଣା ଫୋନରେ ହ୍ବାଟସ୍ ଆପ ଚାଲିବନି 

ପୁରୁଣା ଫୋନରେ ଆଉ ହ୍ବାଟସଆପ ଚାଲିବ ନାହିଁ। ଆଣ୍ଡ୍ରଏଡ 4.4 କିମ୍ବା ତା ପୂର୍ବର ଅପରେଟିଂ ସଫଟୱେର ଥିବା ଫୋନରେ କାମ କରିବନି ହ୍ବାଟସଆପ। କାରଣ ହ୍ବାଟସଆପ୍ ର ମେଟା AI ଫିଚର ଆଣ୍ଡ୍ରଏଡ 4.4 କିମ୍ବା ତା ପୂର୍ବର ଅପରେଟିଂ ସଫଟୱେର ଥିବା ଫୋନରେ ସପୋର୍ଟ କରିବନି। ତେଣୁ ଏସବୁ ଫୋନରେ ହ୍ବାଟସ୍ ଆପ୍ ଠପ ହୋଇଯିବ। 

୬- ଭାରତ ଷ୍ଟେଜ୍ 7 ବା BS 7 ଲାଗୁ ହେବ, କଡ଼ା ହେବ ପ୍ରଦୂଷଣ ନିୟମ

ଏବେ ଗାଡ଼ିଗୁଡ଼ିକ ପାଇଁ ଭାରତ ଷ୍ଟେଜ ୬ ବା BS 6 ଲାଗୁ ହୋଇଛି। ତେବେ ଏପ୍ରିଲ ୧ ତାରିଖରୁ ଭାରତ ଷ୍ଟେଜ୍ 7 ବା BS 7 ଲାଗୁ ହେବ। ତେଣୁ ଗାଡ଼ିଗୁଡିକ ପାଇଁ ପ୍ରଦୂଷଣ ନିୟମ କଡ଼ାକଡ଼ି ହେବେ। ଏହା ପୂର୍ବରୁ ଗାଡ଼ିର କାର୍ବନ ଏମିସନ ଚେକ୍ କରିଦିଅନ୍ତୁ।

୭- ଫେଲ୍ ମାନେ ଫେଲ୍

ପଞ୍ଚମ ଓ ଅଷ୍ଟମରେ ଫେଲ୍ ପିଲାଙ୍କୁ ମିଳିବନି ପ୍ରମୋସନ। ନୋ ଡିଟେନ୍ସନ ପଲିସିକୁ ଉଠାଇ ଦିଆଯାଇଛି। ଏଣୁ ପଞ୍ଚମ ଓ ଅଷ୍ଟମରେ ଯେଉଁପିଲାମାନେ ଫେଲ୍ ହେବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀରେ ପଢ଼ିବା ଲାଗି ଅନୁମତି ମିଳିବ ନାହିଁ। ଅବଶ୍ୟ ୨ ମାସ ଭିତରେ ସେମାନଙ୍କ ପାଇଁ ପରୀକ୍ଷା ଦେବାର ସୁଯୋଗ ମିଳିବ। ସେଥିରେ ପାସ୍ କରିବାକୁ ପଡ଼ିବ। ଏବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ନାହିଁ। ସମସ୍ତଙ୍କୁ କ୍ଲାସ୍ ପ୍ରମୋସନ ମିଳୁଛି।

୮- ୧୬ ନହେଲେ କୋଚିଂ ନାହିଁ 

ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ୧୬ ବର୍ଷ ନ ହେଲେ କୋଚିଂ କ୍ଲାସ ଯାଇପାରିବେ ନାହିଁ। ସେହିପରି ଭ୍ରମାତ୍ମକ ବିଜ୍ଞାପନ ଉପରେ ମଧ୍ୟ ଲାଗିବ ଜରିମାନା। ଏନେଇ ଥିବା କଟକଣାକୁ କଡ଼ାକଡ଼ି କରାଯାଇଥିବା ବେଳେ ନୂଆ ଗାଇଡଲାଇନ ଲାଗୁ ହେବ। 

୯- ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ 

ସିଆଇଏସଏଫ ଏବଂ ବିଏସଏଫରେ ପୂର୍ବ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଫିଜିକାଲ ଟେଷ୍ଟ ଏବଂ ଏଜ ଲିମିଟରେ ମଧ୍ୟ ରିହାତି ମିଳିବ। ଏବେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ନିୟମିତ କରିବାର ନିୟମ ରହିଛି।

ଆଇପିଏଲକୁ ଫେରିବେ ବିରାଟ କୋହଲି। ତାଙ୍କର ପୂର୍ବ ଟିମ୍ ରୟାଲ ଚାଲେଞ୍ଜର୍ସ ଅଫ ବେଙ୍ଗାଳୁରୁର ଅଧିନାୟକ ଭାବେ ତାଙ୍କର କମ୍ ବ୍ୟାକ୍ ହେବ। ଏବେ ଦକ୍ଷିଣ ଆଫ୍ରିକାର ଡୁପ୍ଲେସି ଆରସିବିର ଅଧିନାୟକ ଅଛନ୍ତି। ସେହିପରି ୨୫ରେ କ୍ରିକେଟରୁ ଅବସର ନେଇପାରନ୍ତି ରୋହିତ ଶର୍ମା। ଯାହାର ଆଭାସ ମିଳିଛି। ଏଭଳି ସ୍ଥଳରେ ଭାରତୀୟ କ୍ରିକେଟ ଟିମ୍ରେ ନୂଆ ଢାଞ୍ଚା ଦେଖିବାକୁ ମିଳିପାରେ। 

ଆହୁରି ତ ଅନେକ କଥା ରହିଛି। ଯେମିତିକି ବଜେଟରେ ଆସିପାରେ ନୂଆ ଟ୍ୟାକ୍ସ ସ୍ଲାବ। ମଧ୍ୟବିତ୍ତ ହୋଇପାରନ୍ତି ଉପକୃତ। ତେବେ ଏସବୁର ସ୍ପଷ୍ଟ ସୂଚନାକୁ ଅପେକ୍ଷା କରିବାକୁ ପଡ଼ିବ।  ବର୍ତ୍ତମାନ ପାଇଁ ପ୍ରସ୍ତୁତ ହୁଅନ୍ତୁ କେଉଁସବୁ କାରଣ ଆପଣଙ୍କୁ ପ୍ରଭାବିତ କରିବାକୁ ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.