ବାଙ୍କୀ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ଶଙ୍ଖ ଓ ହାତ ଛାଡିଲେ ବହୁ ସରପଞ୍ଚ ସମିତିସଭ୍ୟ ଓ କର୍ମୀ

Published By : Prameya-News7 Bureau | February 15, 2025 IST

ବାଙ୍କୀ: ବାଙ୍କୀ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ। ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତୀ ଚକ୍ରବର୍ତ୍ତୀଙ୍କ ନେତୃତ୍ୱକୁ ଭରସା କରି ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡି ପଦ୍ମ ଧରିଛନ୍ତି । ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପି ଦଳକୁ ସ୍ବାଗତ କରିଛନ୍ତି ନେତୃବୃନ୍ଦ। 

ଏହି ମିଶ୍ରଣ ପର୍ବରେ କାଳିପୋଇ ପଂଚାୟତ ସରପଞ୍ଚଙ୍କ ସମେତ ବିଭିନ୍ନ ପଂଚାୟତରୁ ତୁଙ୍ଗ କର୍ମୀ ସମିତି ସଭ୍ୟ ସରପଞ୍ଚମାନେ ସାମିଲ ହୋଇଛନ୍ତି। ଆଗକୁ ବାଙ୍କୀ ବିଜେଡି ମୁକ୍ତ ହେବ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ତୁଷାରକାନ୍ତ ଚକ୍ରବର୍ତ୍ତୀ।
 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.