ବିଶ୍ୱକୁ ନାକରେ କନ୍ଦେଇଲା ମାଇକ୍ରୋସଫ୍ଟ; ବ୍ୟାଙ୍କିଂ ଠାରୁ ବିମାନ ସେବା ସବୁ ଠପ୍ , କ୍ରାସ୍ କରିଗଲା ଷ୍ଟକ୍ ଏକ୍ସଚେଞ୍ଜ୍

Published By : Prameya-News7 Bureau | July 19, 2024 IST

ନୂଆଦିଲ୍ଲୀ 19/07 : ''ମୁଁ ମାଇକ୍ରୋସଫ୍ଟ ଅପରେଟିଂ ସିଷ୍ଟମ୍ । ଆଜି କ’ଣ ଡାଉନ ହେଲି ଯେ ମୋ ପାଇଁ  ସବୁ ଠପ୍ ...ଉଁ.. ଡାଉନ୍ କଣ ହେଲି ଯେ..ତୁମ ଦେହ ଯେମିତି ଖାରପ ହୁଏ ମୋ ଦେହ ସେମିତି ଖରାପ ହୋଇଥିଲା । ମୁଁ ମେସିନ୍ ବୋଲି  ମୋ ଦେହ କ'ଣ ଖରାପ ହେବନି? କ’ଣ ଦେହ ଖରାପ ହେଲା ଯେ, ପୂରା ଦୁନିଆର ଏୟାରଲାଇନ୍, ଟିଭି ଟେଲିକାଷ୍ଟ , ବ୍ୟାକିଂ ଓ ବିଭିନ୍ନ କପୋରେଟ୍ କମ୍ପାନୀ କାମ ପ୍ରଭାବିତ।  ମୋ ପାଇଁ ୱିଣ୍ଡୋ ଖୋଲୁନି, କାମ ବି ବନ୍ଦ୍ । ଭାରତ ସମେତ ପୂରା ଦୁନିଆର ଏୟାରପୋର୍ଟ ଚେକ୍ ଇନ୍  ଓ ଟିକେଟ୍ ବୁକିଂ ରେ ଅସୁବିଧା ଦେଖାଦେଇଛି। ଏମିତିରେ ଫ୍ଲାଇଟ୍ ଲେଟ୍ ନଚେତ୍ ହୋଇଛି କ୍ୟାନ୍ସଲ୍। ସେଥିପାଇଁ ତ ମୁଁ ମାଇକ୍ରୋସଫ୍ଟ ଆଉ ମୋ ଅସୁବିଧାରେ ଅଟକିଲା ବିଶ୍ୱ। ''

ମାଇକ୍ରୋସଫ୍ଟ ଅପରେଟିଂ ସିଷ୍ଟମରେ ବୈଷୟିକ ତ୍ରୁଟି । ସମଗ୍ର ବିଶ୍ୱରେ ଦେଖା ଦେଇଛି ସମସ୍ୟା । ଆମେରିକା ରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ସର୍ଭର ଡାଉନ । ଏଥି ସହିତହି ନ୍ୟୁଜ୍ ଟେଲିକାଷ୍ଟ ମଧ୍ୟ ବନ୍ଦ୍। ବ୍ୟାଙ୍କିଂ ଠାରୁ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ପର୍ଯ୍ୟନ୍ତ ସେବା ବ୍ୟାହତ ହୋଇଛି। ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ଓ୍ବିଣ୍ଡୋଜ୍ ହୋଇଥିଲା ବ୍ଲୁ ସ୍କ୍ରିନ୍।  ମାଇକ୍ରୋସଫ୍ଟର ସର୍ଭର ଡାଉନ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା । ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ବିମାନ ଉଡ଼ାଣ ରଦ୍ଦ ହୋଇଛି । ଭାରତରେ ୫ଏୟାରଲାଇନ୍-ଇଣ୍ଡିଗୋ, ସ୍ପାଇସ୍ ଜେଟ୍, ଅକାଶା ଏୟର, ବିସ୍ତାରା ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କହିଛନ୍ତି  ତାଙ୍କ ବୁକିଂ , ଚେକ୍ ଇନ୍ ଓ ଫ୍ଲାଇଟ୍ ଅପଡେଟ୍   ସର୍ଭିସ୍  ଏହି ଟେକନିକାଲ୍ ସମସ୍ୟା ଦ୍ୱାରା ହୋଇଛି ପ୍ରଭାବିତ।  

ହାଇଦ୍ରାବାଦ୍ ଓ ବେଙ୍ଗାଲୁରରେ ଅଦିକାଂଶ କୋପରେଟ୍ କମ୍ପାନୀ ଗୁଡ଼ିକରେ  ଭାଇରସ୍ ଆଟାକ୍ କଥା କୁହାଯାଉଛି।  ସିଷ୍ଟରେ ବ୍ଲୁ ସ୍କ୍ରିନ୍ ଆସିବା ପରେ ରିଷ୍ଟାର୍ଟ ହୋଇଯାଇଥିଲା। ହ୍ରାଇଦ୍ରାବାଦର ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଆଗାମୀ 2 ଘଣ୍ଟା ପର୍ଯ୍ୟନ୍ତ ସିଷ୍ଟମ୍ ଅଫ୍ କରିବାକୁ କୁହାଯାଇଥିଲା।  ତେବେ ଡେଲ୍ ଟେକ୍ନୋଲୋଜି  ସ୍ୱୀକାର କରିଛି ଯେ, ଏହି ସମସ୍ୟା କ୍ରାଉଡ୍ ଷ୍ଟ୍ରାଇକ୍ କାରଣରୁ ହୋଇଛି। 

Also Read-  ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା ଯୋଗୁ ସୋସିଆଲ ମିଡିଆରେ ହଇଚଇ, ସାରା ବିଶ୍ୱରୁ ଆସୁଛି କମେଣ୍ଟ

କମ୍ପାନୀ କର୍ତ୍ତୃପକ୍ଷ କହିଛହିନ୍ତି, ସର୍ଭର ଡାଉନ୍ ହେତୁ ମାଇକ୍ରୋସଫ୍ଟର ୩୬୫ ସେବା ପ୍ରଭାବିତବି ହୋଇଛି । ମାଇକ୍ରୋସଫ୍ଟ ସହିତ କାମ କରୁଥିବା Crowd Strike ମଧ୍ୟ ସମସ୍ୟାକୁ ସ୍ୱୀକାର କରିବା ସହ ଏହାର କାରଣ ଅନୁସନ୍ଧାନ କରୁଛି । CrowdStrike ଏକ ସାଇବର୍ ସିକ୍ୟୋରିଟି ପ୍ଲାଟଫର୍ମ ଯାହା ୟୁଜର୍ସଙ୍କୁ ଦିଏ ସିକ୍ୟୋରିଟି ସଲ୍ୟୁସନ୍। CrowdSrike ଅପଟେଡ୍ କାରଣରୁ  ମାଇକ୍ରୋସପ୍ଟର ଏଜ୍ୟୋର କ୍ଲାଉଡ୍ ଓ ମାଇକ୍ରୋସପ୍ଟ ୩୬୫ସର୍ଭିସ୍ ଆସିଛି ଅସୁବିଧା। ତେବେ ମାଇକ୍ରୋସଫ୍ଟ ଏଜ୍ୟୁୋର୍ ହେଉଛି ଏକ କ୍ଲାଉଡ୍ କମ୍ପ୍ୟୁଟିଂ ପ୍ଲାଟଫର୍ମ । ଏହି ଆପ୍ଲିକେସନ୍ ପ୍ରୟୋଗ ଏବଂ ପରିଚାଳନା ପାଇଁ କାର୍ଯ୍ୟ କରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.