ନାବାଳକ ପିଠିରେ ପଶିଗଲା ଲୁହା ରଡ୍, ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 31, 2024 IST

breaking_4

ବରଗଡ ୩୧/୫:  ପିଲାଟି ଖେଳୁ ଖେଳୁ ଲୁହା ରଡ୍‌ ଉପରେ ପଡିଗଲା । ରଡ୍‌ଟି ପିଠି ପଟ ଦେଇ ପୁରା ଶରୀର ଭିତରେ ପଶିଯାଇଛି । ।ବରଗଡରୁ ଆସିଛି ହୃଦୟବିଦାରକ ଘଟଣା । ସକାଳୁ ସାଙ୍ଗମାନଙ୍କ ସହ ବେଶ ଖୁସିରେ ଖେଳୁଥିଲା ଭଟଲିର ୯ ବର୍ଷର ନାବାଳକ ଜୀବନ ପାତିକାର । ସେ କଣ ଜାଣିଥିଲା ବିପଦ ଏମିତି ଆସିବ । ହସର ମାହୋଲ ହଠାତ ଲୁହରେ ବଦଳି ଯାଇଛି । 

ଖେଳୁ ଖେଳୁ ଲୁହା ରଡ ଉପରେ ପଡିଯାଇଥିଲା ଜୀବନ, ଆଉ ଯନ୍ତ୍ରଣାରେ ଛଟପଟ ହୋଇଥିଲା । ସଙ୍ଗେ ସଙ୍ଗେ ତାକୁ ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟକୁ ଆଣିଥିଲେ ତେବେ ସେଠାରେ ଆଇସିୟୁ ନଥିବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.