ଲୁଟେରାଙ୍କ ଟାର୍ଗେଟରେ ଆଠଗଡର ବିଭିନ୍ନ ମନ୍ଦିର,୨ ଦିନରେ ୨ଟି ମନ୍ଦିରରୁ ଲୁଟ୍,ଭକୁଆ ପୋଲିସ

Published By : Prameya-News7 Bureau | July 24, 2024 IST

ଆଠଗଡ ୨୪/୭: ନିଘୋଡ ନିଦରେ ଶୋଇଛି ପୋଲିସ । ଲୁଟେରା ବେଧଡକ ଚଳାଇଛନ୍ତି ଲୁଟ୍‌ପାଟ୍‌ । ୨ ଦିନରେ ୨ଟି ମନ୍ଦିରରୁ ଚୋରି । ଲୁଟେରାଙ୍କ ଟାର୍ଗେଟରେ ଆଠଗଡର ବିଭିନ୍ନ ମନ୍ଦିର । ଥାନା ସମ୍ମୁଖରେ ଥିବା ମାଆ ବାଉତିଙ୍କ ମନ୍ଦିରରୁ ତାଲା ଭାଙ୍ଗି ମାଆଙ୍କ ସୁନା,ରୁପା ଆଖି ଚିତା ସହ ପୂଜକ ରଖିଥିବା ଟଙ୍କା ନେଇଯାଇଛନ୍ତି ଲୁଟେରା । ଏହାକୁ ମିଶାଇ ମାଆଙ୍କ ମନ୍ଦିରରୁ ୭ ଥର  କଳାକନା ବୁଲାଇ ସାରିଲେଣି ଲୁଟେରା।

ମାଆ ବାଉତିଙ୍କ ମନ୍ଦିରରୁ ଲୁଟ୍‌ ହେବାର ୨୪ ଘଣ୍ଟା ଭିତରେ ଆଠଗଡ ବୀରକିଶୋରପୁର ମୈତ୍ରୀନଗର ସ୍ଥିତ ବାହାଣ୍ଟା ବନଦୁର୍ଗା ମନ୍ଦିରରୁ ତାଲା ଭାଙ୍ଗି ସମାନ ଢଙ୍ଗରେ ଲୁଟିଛନ୍ତି ଲୁଟେରା । ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ । ଲୋକଙ୍କ ରାଗ ବଢୁଥିବା ଦେଖି ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି କହିଛନ୍ତି ଖୁବ ଶୀଘ୍ର ଲୁଟେରାଙ୍କୁ ଧରାଯିବା ସହ ପାଟ୍ରୋଲିଂକୁ କଡାକଡି କରାଯିବ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.