SBI ଗ୍ରାହକ ସେବା କେନ୍ଦ୍ରରୁ ଲୁଟିଲେ ଲୁଟେରା, ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | July 16, 2024 IST

ସୁନ୍ଦରଗଡ ୧୬/୭: SBI ଗ୍ରାହକ ସେବା କେନ୍ଦ୍ରରେ ବସିଥିଲେ ମାଲିକ । ୨ ଜଣ ଲୋକ ପଲ୍‌ସରରେ ଆସିଲେ,ବନ୍ଧୁକ ଦେଖାଇ ଲୁଟିନେଲେ ୫୦ ହଜାର ଟଙ୍କା । କୁତ୍ରା ଥାନା ବିରଙ୍ଗାଟୋଲି ସ୍ଥିତ SBI ଗ୍ରାହକ ସେବା କେନ୍ଦ୍ରରୁ ଲୁଟି ନେଇଛନ୍ତି ଲୁଟେରା । ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କାଉଣ୍ଟରରେ ଥିବା ୫୦ ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ସେବା କେନ୍ଦ୍ର ଭିତରେ ଅଫୁଟା ଗୁଳି ଛାଡିଯାଇଛନ୍ତି । ତେବେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍‌ ହୋଇଛି । ଅଭିଯୋଗ ଆଧାରରେ କୁତ୍ରା ପୋଲିସ ସହ ସୁନ୍ଦରଗଡର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.