ମାତିଲେଣି ଆପାର୍ଟମେଣ୍ଟ ଲୁଟେରା, ବଦ୍ରିନାଥ ଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଘରେ ବୁଲାଇଲେ କଳାକନା

Published By : Prameya-News7 Bureau | November 14, 2023 IST

ଭୁବନେଶ୍ବର ୧୪।୧୧: ପୁଣି ଆପାର୍ଟମେଣ୍ଟରେ ବୁଲିଲା କଳାକନା । ବଦ୍ରିନାଥ ଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଘରୁ ଚୋରି । ଭରତପୁର ଥାନା ଅଧୀନରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟରେ ଏଭଳି ଲୁଟ୍ ଘଟଣା ଘଟିଛି । ଆପାର୍ଟମେଣ୍ଟ ରହୁଥିବା ତ୍ରିଲୋଚନ ଦାସଙ୍କ ଘରୁ ଚୋରି ହୋଇଛି । ଘର ଭିତରୁ ନେଇଗଲେ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ଚୋର ହୋଇଛି । ସିସିଟିଭିରେ ଚୋରି ବେଳର ଫୁଟେଜ କଏଦ ହୋଇଛି । ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରାଜଧାନୀରେ ଅପାର୍ଟମେଣ୍ଟ ଲୁଟେରା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଲେଣି । ଏକ ମାସ ଧରି ରାଜଧାନୀର ବିଭିନ୍ନ ଥାନାରେ ଥିବା ଆପାର୍ଟମେଣ୍ଟରୁ ଲୁଟ୍ ଘଟଣା ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଗତ ଅକ୍ଟୋବର ୧୫ ତାରିଖରେ ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ ଅଞ୍ଚଳ ଏମ.ଜେ.ଉଡ଼ସ୍ ଆପାର୍ଟମେଣ୍ଟର ୨୦୩ନମ୍ବର ଫ୍ଲାଟ୍‌ରେ ରହୁଥିବା ମହେଶ କୁମାର ପାଣିଙ୍କ ଫ୍ଲାଟ୍ ତାଲା ଭାଙ୍ଗି ଲୁଟେରାମାନେ ସୁନା ହାର, ରୂପା କଏନ, ମଥାମଣି, ଦାମୀ ଘଣ୍ଟା ଆଦି ଜିନିଷପତ୍ର ଲୁଟ୍ କରାଯାଇ ଥିଲା ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହୋଇଥିବା ବେଳେ ୧୭ ତାରିଖରେ ରାଜବାଟିକା ଆପାର୍ଟମେଣ୍ଟରୁ ୪ଟି ଘର ତାଲା ଭାଙ୍ଗି ଲୁଟେରା ମାନେ ଲୁଟି ନେଇଥିଲେ କୋଟିଏ ଟଙ୍କାର ଅଳଙ୍କାର ସହ ଦାମୀ ଜିନିଷ ।

ସେହିପରି ଭରତପୁର ସମେତ ବିଭିନ୍ନ ଥାନା ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ ଏକ ଟ୍ରେଣ୍ଡ ପାଲଟିଛି । ବିଶେଷ କରି ରାଜବାଟିକା ଆପାର୍ଟମେଣ୍ଟରେ ୪ ଜଣ ଲୁଟେରା ଦୀର୍ଘ ସମୟ ଧରି ଲୁହା ରଡ୍ ଏବଂ ମାରଣାସ୍ତ୍ର ଦ୍ଵାରା ଲୁଟ୍ ତରାଜ ଚଳାଇଥିବା ସିସିଟିଭିରେ କଏଦ ହୋଇଛି ଯାହାକୁ ଦେଖି କେବଳ ସ୍ଥାନୀୟ ଲୋକେ ନୁହେଁ ବରଂ ରାଜଧାନୀବାସୀ ଆତଙ୍କରେ ଅଛନ୍ତି । ସିରିଜ ଲୁଟ୍ ହୋଇଥିବା ଜାଣି ୪ଟି ଥାନା ସମେତ ସ୍ପେଶାଲ ସ୍କ୍ୱାଡ୍‌ର ୩ଜଣିଆ ଟିମ୍ ଦୀର୍ଘ ୧ ମାସ ହେବ ବିଭିନ୍ନ ଜାଗାରେ ଗୁପ୍ତ ଭାବେ ଚଢ଼ାଉ ଜାରି ରଖିବା ସହ ଅନ୍ଧାରରେ ବାଡ଼ି ବୁଲାଇବା ପରି ଏକାଧିକ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା କରୁଛି । ଘଟଣାସ୍ଥଳରୁ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ଡ଼ଗ୍ ସ୍କ୍ୱାଡ୍ ଦ୍ଵାରା ସଂଗୃହୀତ ସବୁ ଏଭିଡେନ୍ସ ଓ ସିକ୍ୟୁରିଟି ଗାର୍ଡ ବୟାନ ଅନୁସାରେ ତଦନ୍ତ ଚଳାଇଛି ପୋଲିସ । ସେପଟେ ରାଜଧାନୀ ଭିତରେ ଲଗାତାର ସେଫ୍ ସିଟି ଡ୍ରାଇଭ୍ ସାଙ୍ଗକୁ ସ୍ପେଶାଲ ଡ୍ରାଇଭ୍ ଚଳାଇଥିଲେ ସୁଦ୍ଧା ବିଭିନ୍ନ ଆପାର୍ଟମେଣ୍ଟର ତଥ୍ୟ କିପରି ବାହାରକୁ ଲିକ୍ ହେଉଛି ତାହା ଡିଟେକ୍ଟ କରିବା ଏବେ ପୋଲିସ୍ ପାଇଁ ଚାଲେଞ୍ଜ ଓ ଆଶ୍ଚର୍ଯ୍ୟର କଥା ପାଲଟିଛି ।

You Can Read :

wp:embed {"url":"https://www.prameyanews7.com/dead-body-of-a-woman-found-in-nuapada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dead-body-of-a-woman-found-in-nuapada/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.