ନିର୍ବାଚନ ଲଢିପାରନ୍ତି ମହମ୍ମଦ ମୋକିମଙ୍କ ଝିଅ ସୋଫିଆ, କଟକ-ବାରବାଟୀରୁ ହୋଇପାରନ୍ତି ପ୍ରାର୍ଥୀ

Published By : Prameya-News7 Bureau | April 24, 2024 IST

କଟକ ୨୪।୪: ନିର୍ବାଚନ ଲଢିପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । କଟକ-ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ । ନିର୍ବାଚନ ଲଢିବା ନେଇ ମୋକିମଙ୍କ ସମ୍ଭାବନା ଶେଷ ହେବା ପରେ ତାଙ୍କ ଝିଅ ସୋଫିଆକୁ ନେଇ ଚାଲିଛି ଅଙ୍କକଷା । ଏନେଇ ମହମ୍ମଦ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଏ ପ୍ରସଙ୍ଗରେ ମହମ୍ମଦ ମୋକିମ ପ୍ରତିକ୍ରିୟା । ସେ କହିଛନ୍ତି, ସମସ୍ତଙ୍କ ମତାମତ ଲୋଡୁଛି । ଚୂଡାନ୍ତ ନିଷ୍ପତ୍ତି ପିସିସି ନେବ । କର୍ମୀଙ୍କ ଭାବାବେଗକୁ ସମ୍ମାନ ଦେଉଛି । କିନ୍ତୁ ସବୁକିଛି ମୋ ଉପରେ ନିର୍ଭର କରୁନାହିଁ । ବଞ୍ଚିଥିବା ଯାଏଁ କଟକ ସହର ପାଇଁ ସେବା କରିବି । ଝିଅ ସୋଫିଆ ନିର୍ବାଚନରେ ପ୍ରାର୍ଥୀ ହେବେ କି ନାହିଁ ଚିନ୍ତା କରାଯିବ ବୋଲି ମୋକିମଙ୍କ ଝିଅ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ORHDC ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବାରୁ ନିର୍ବାଚନ ଲଢିପାରିବେନି ମହମ୍ମଦ ମୋକିମ । ତଳକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଦେବାକୁ ମନାକରିଛନ୍ତି ସୁପ୍ରିମକୋର୍ଟ । ତେବେ ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ଓଆରଏଚଡିସି ମାମଲାରେ ମୋକିମଙ୍କୁ ଜାମିନ ମିଳିଥିଲେ ବି ସେ ନିର୍ବାଚନ ଲଢିପାରିବେ ନା ନାଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇନଥିବାରୁ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । କଟକ-ବାରବାଟୀ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଏଯାଏଁ ଘୋଷଣା କରିନାହିଁ । ତେଣୁ ଚର୍ଚ୍ଚା ହେଉଛି, ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ ହୋଇପାରନ୍ତି ।

You Can Read :

ତାତିରୁ ନିସ୍ତାର ନାହିଁ, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ବାଲେଶ୍ବର ତାପମାତ୍ରା

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.