ମହଙ୍ଗା ପଡ଼ିଲା ରିଙ୍ଗ୍‌ ଗାର୍ଲଙ୍କୁ ଧକ୍କା ମାରିବା ! MMA ଷ୍ଟାର ଅଲ୍ଲୀ ହୈବାଟି ଆଜୀବନ ବାସନ୍ଦ

Published By : Prameya-News7 Bureau | April 23, 2024 IST

The Mirror

ନୂଆଦିଲ୍ଲୀ: ଜଣେ ରିଙ୍ଗ ଗାର୍ଲକୁ ମାଡ଼ ମାରିବା ଘଟଣାରେ ଆଜୀବନ ବାସନ୍ଦ ହୋଇଛନ୍ତି MMA ଷ୍ଟାର ଅଲ୍ଲୀ ହୈବାଟି। ହାର୍ଡ ଫାଇଟିଂ ଚାମ୍ପିଅନସିପ୍ (HFC)ରୁ ତାଙ୍କୁ ଲାଇଫଟାଇମ୍ ବ୍ୟାନ୍ କରାଯାଇଛି।

ମସ୍କୋରେ ଆୟୋଜିତ ହାର୍ଡକୋର ଏମ୍ଏମ୍ଏ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସିଗନାଲ କାର୍ଡ ଦେଖାଇ ରିଙ୍ଗଗାର୍ଲ ଷ୍ଟେଜ୍ ଉପରେ ବୁଲୁଥିଲେ। ଆର୍କାଡି ଓସିପ୍ୟାନଙ୍କ ବିପକ୍ଷରେ ହୈବାଟିଙ୍କ ମ୍ୟାଚ୍ ଥିଲା। ଏହି ସମୟରେ ହୈବାଟି ରିଙ୍ଗଗାର୍ଲକୁ ଗୋଡ଼ରେ ଧକ୍କା ମାରିଥିଲେ। ତାଙ୍କର ଏହି ବ୍ୟବହାରକୁ ଦେଖି ରିଙ୍ଗ୍ ଗାର୍ଲ ଜଣକ ରାଗି ଯାଇଥିଲେ। ରେଫ୍ରି ସେହି ସମୟରେ ସମସ୍ୟାର ସମାଧାନ କରିଥିଲେ।

ଏହାପରେ ଓସିପ୍ୟାନଙ୍କ ଠାରୁ ପରାଜିତ ହେବା ପରେ ହୈବାଟି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏପରିକି ତଳେ ପକାଇ ମାଡ଼ ମାରିଥିଲେ। ଟୁର୍ଣ୍ଣାମେଣ୍ଟରେ ନିୟୋଜିତ କର୍ମୀ ତାଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛି ଆସୋସିଏସନ୍। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଆଜୀବନ ବାସନ୍ଦ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.