‘ଦେଶରେ ମୋଦୀ, ମହାରାଷ୍ଟ୍ରରେ ସିନ୍ଦେ’, ବିଜ୍ଞାପନରେ ଫଡ଼ଣବିସଙ୍କୁ ଅଣଦେଖା, ବିଜେପି-ଶିବସେନା ମେଣ୍ଟରେ ଘନେଇଲା ବିବାଦ !

Published By : Prameya-News7 Bureau | June 13, 2023 IST

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଏବଂ ବିଜେପି ମଧ୍ୟରେ ମତଭେଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏହାର କାରଣ ଛାପା ଗଣମାଧ୍ୟମରେ ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଏକ ସଙ୍ଗେ ଛପା ଯାଇଛି। ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କୁ ଏଥିରେ ଅଣଦେଖା କରାଯାଇଛି। ଏହାକୁ ନେଇ ମହାରାଷ୍ଟ୍ରର ରାଜନୀତି ସରଗରମ ହୋଇ ଉଠିଛି ଏବଂ ବିଜେପି ନେତା ଏଥିରୁ ନିଜକୁ ଦୂରେଇ ନେଇଛନ୍ତି।

ବିଜେପି ନେତାଙ୍କ ଆପତ୍ତି

ବିଜେପି ନେତାଙ୍କ କହିବା କଥା ଏହି ବିଜ୍ଞାପନ ରାଜ୍ୟରେ ଆମ ନେତା ଫଡଣବିସଙ୍କ ଛବିକୁ ମଳିନ କରିଛି। ଏଥିସହ ମୋଦୀ ସରକାରଙ୍କ ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠିଛି। ବିଜ୍ଞାପନରେ ସିନ୍ଦେଙ୍କ ତୁଳନା ପିଏମ ମୋଦୀଙ୍କ ସହ କରାଯାଇଛି। ହେଡଲାଇନ୍‌ରେ ଲେଖା ହୋଇଛି, ‘ଭାରତ ପାଇଁ ମୋଦୀ, ମହାରାଷ୍ଟ୍ର ପାଇଁ ସିନ୍ଦେ’। ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି ମୋଦୀ-ସିନ୍ଦେଙ୍କ ଡ୍ରିମ୍ ଟିମକୁ ସମସ୍ତେ ପସନ୍ଦ କରନ୍ତି। ବିଜ୍ଞାପନରେ ଏହା ମଧ୍ୟ ଉଲ୍ଲେଖ ରହିଛି ରାଜ୍ୟର ୩୦.୨ ପ୍ରତିଶତ ଲୋକ ବିଜେପି, ୧୬.୨ ପ୍ରତିଶତ ଲୋକ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନାକୁ ପସନ୍ଦ କରନ୍ତି। ଏହା ଦର୍ଶାଉଛି ଯେ, ୪୬.୪ ପ୍ରତିଶତ ଜନତା ରାଜ୍ୟର ବିକାଶ ପାଇଁ ମେଣ୍ଟ ସରକାରକୁ ଚାହାନ୍ତି।

Shinde-led Shiv Sena advertisement

ସଂପୂର୍ଣ୍ଣ ଗୋଟିଏ ପୃଷ୍ଠାରେ ଛପିଥିବା ଏହି ବିଜ୍ଞାପନ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନୀୟ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡଣବିସଙ୍କଠୁ ଅଧିକ ଲୋକପ୍ରିୟ। ବିଜ୍ଞାପନରେ ଲେଖା  ହୋଇଛି ଯେ, ସର୍ଭେରେ ରାଜ୍ୟର ୨୬.୧ ପ୍ରତିଶତ ଜନତା ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହାନ୍ତି। ଅନ୍ୟପଟେ ୨୩.୨ ପ୍ରତିଶତ ଲୋକ ଫଡଣବିସଙ୍କୁ ମୁଖ୍ୟମନ୍ତ୍ରୀ  ଭାବେ ଦେଖିବାକୁ ଚାହାନ୍ତି। ଏହିପରି ରାଜ୍ୟର ୪୯.୩ ପ୍ରତିଶତ ଜନତା ଏକନାଥଙ୍କ ଶିବସେନା-ବିଜେପି ମେଣ୍ଟକୁ ସରକାରରେ ପସନ୍ଦ କରନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ଏକନାଥ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର: ପୁଣି କଡ଼ ଲେଉଟାଇବ କି ମହାରାଷ୍ଟ୍ର ରାଜନୀତି ?

/wp:heading

ସୂଚନାଯୋଗ୍ୟ, ୨୦୧୯ରେ ହୋଇଥିବା ନିର୍ବାଚନରେ ମହାରାଷ୍ଟ୍ର ବିଜେପି ଏହି ଶୈଳୀରେ ବିଜ୍ଞାପନ ଜାରି କରିଥିଲା। ଏଥିରେ ଫଡଣବିସଙ୍କୁ ଚେହେରା କରାଯାଇଥିଲା। ମରାଠିରେ ପ୍ରକାଶିତ ଏହି ବିଜ୍ଞାପନରେ ମୋଦୀ ଏବଂ ଫଡଣବିସଙ୍କ ଫଟୋ ଲାଗିଥିଲା ଏବଂ ସ୍ଲୋଗାନ ଦିଆଯାଇଥିଲା, ଦେଶରେ ନରେନ୍ଦ୍ର, ରାଜ୍ୟରେ ଦେବେନ୍ଦ୍ର। ଏବେ ଏହି ବିଜ୍ଞାପନର ନକଲ କରାଯାଇ ଶିବସେନା ବିଜେପିକୁ ଅସନ୍ତୁଷ୍ଟ କରିଛି।

'It's Modi-Shahs Shiv Sena Now': Ad Featuring Shinde As 'Trusted' CM Over Devendra Fadnavis Sparks Row 'It's Modi-Shah's Shiv Sena Now': Ad Featuring Shinde As 'Trusted' CM Over Fadnavis Sparks Row

ଉତ୍ତର ରଖିଲେ ବିଜେପି ରାଜ୍ୟ ଅଧ୍ୟକ୍ଷ

ବିଜେପି ରାଜ୍ୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି, ୨୦୨୪ର ନିର୍ବାଚନରେ ଜଣା ପଡ଼ିବ ଯେ କିଏ ପ୍ରସିଦ୍ଧ। ଏହି ଧରଣର ବିଜ୍ଞାପନ କିମ୍ବା ସର୍ଭେର କୌଣସି ମୂଲ୍ୟ ନାହିଁ। ରାଜ୍ୟବାସୀ ହିଁ ସ୍ଥିର କରିବେ ଯେ, କିଏ ଅଧିକ ଲୋକପ୍ରିୟ। ଗୋଟିଏ କଥା ସ୍ପଷ୍ଟ ଯେ, ମହାରାଷ୍ଟ୍ରବାସୀ ଦେବେନ୍ଦ୍ର ଫଡ଼ଣବିସ, ଏକନାଥ ସିନ୍ଦେ ଏବଂ ମୋଦୀଙ୍କ ନେତୃତ୍ଵକୁ ବହୁତ ପସନ୍ଦ କରନ୍ତି। ଫଡଣବିସ ୨ ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ଏବଂ  ଲୋକଙ୍କ ଗହଣରେ ବେଶ ଲୋକପ୍ରିୟ ଅଛନ୍ତି। ବିଜ୍ଞାପନରେ ସିନ୍ଦେଙ୍କ ଫଟୋ ଏଥିପାଇଁ ଲାଗିଛି କାରଣ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ବିଜେପି ଅଧ୍ୟକ୍ଷ କହିଛନ୍ତି।  

wp:heading {"level":4}

ଏ ଖବର ପଢନ୍ତୁ- ମହାରାଷ୍ଟ୍ର ଅହମଦନଗର ହେବ ଅହଲ୍ୟାନଗର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

/wp:heading

ଅନ୍ୟପଟେ ସିନ୍ଦେ ଗୋଷ୍ଠୀର ନେତା ତଥା ଅବକାରୀ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ କହିଛନ୍ତି, ବିଜ୍ଞାପନରେ ମେଣ୍ଟରେ କୌଣସି ଫାଟ ସୃଷ୍ଟି ହେବ ନାହିଁ। ଲୋକପ୍ରିୟତାର ପ୍ରତିଶତ ପୂରା ମେଣ୍ଟ ପାଇଁ ଉଦ୍ଦିଷ୍ଟ। ମୁଁ ଫଡଣବିସ ସାହାବଙ୍କ ସହ କଥା ହୋଇଛି ଏବଂ ଅନ୍ୟ ବିଜେପି ନେତାଙ୍କ ସହ ମଧ୍ୟ ଆଲୋଚନା କରିବି। ଯଦି ମେଣ୍ଟରେ କୌଣସି ମତଭେଦ ଥିବ ତେବେ ଆଲୋଚନା କରି ଏହାର ସମାଧାନ କରି ନେବୁ। ମେଣ୍ଟରେ କୌଣସି ସମସ୍ୟା ନାହିଁ। ବିରୋଧୀ ଦଳ ଏଥିରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.