ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ବଢିଲା ମହମ୍ମଦ ସିରାଜଙ୍କ ଡିମାଣ୍ଡ, କାରଣ କହିଲେ ପୂର୍ବତନ ଚୟନକର୍ତ୍ତା

Published By : Prameya-News7 Bureau | February 11, 2025 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିନି। କିନ୍ତୁ ଏବେ ଦଳରେ ତାଙ୍କୁ ସୁଯୋଗ ଦେବାକୁ ଦାବି ଉଠିଲାଣି। ଏହା ପଛର କାରଣ ଯଶପ୍ରୀତ ବୁମରା ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି। ପୁଣି ଦୀର୍ଘ ୧୫ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ମହମ୍ମଦ ଶାମି ଭଲ ଲୟରେ ନାହାନ୍ତି। ତେଣୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅତୁଲ ଓ୍ଵାସନ କହିଛନ୍ତି, ବୁମରାଙ୍କ ସ୍ଥାନରେ ଭାରତର ଚାମ୍ପିଅନ୍ସ ଟ୍ରଫି ଦଳରେ ମହମ୍ମଦ ସିରାଜଙ୍କୁ ଚୟନ କରନ୍ତୁ। 

ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବୁମରାଙ୍କ ଖେଳିବା ନେଇ ସଂଶୟ ରହିଛି। ୧୯୯୦ରୁ ୧୯୯୧ ମଧ୍ୟରେ ପ୍ରାୟ ୧୨ଟି ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ଖେଳିଥିବା ଓ୍ଵାସନ କହିଛନ୍ତି, ଯଦି ବୁମରା ଦଳରେ ଉପଲବ୍ଧ ରହିବେ ତେବେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଫେବରିଟ୍ ରହିବ। ଯଦି ସେ ଅନୁପସ୍ଥିତ ରୁହନ୍ତି ତେବେ ଦଳକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Also read: କ'ଣ ୟୁବିଙ୍କ ପରି ହେବ ରୋହିତ କ୍ୟାରିୟର ? ବାରବାଟୀ ଶତକ ପରେ ଲାଗିଯିବ କି ଫର୍ମରେ ଫୁଲଷ୍ଟପ !

ଯଦି ବୁମରା ଆହତଜନିତ ସମସ୍ୟା କାରଣରୁ ଭାରତୀୟ ଦଳରେ ସ୍ଥାନ ନ ପାଅନ୍ତି, ତେବେ ଓ୍ଵାସନଙ୍କ ମତରେ ଭାରତ ମହମ୍ମଦ ସିରାଜଙ୍କ ନାଁ ଉପରେ ବିଚାର କରୁ। ୟୁଏଇରେ ପରିସ୍ଥିତି ଧିମା ହୋଇଥାଏ ଏବଂ କେବେ କେବେ ରାତିରେ କାକରର ପ୍ରଭାବ ରହିଥାଏ। ଏଥିପାଇଁ ଆପଣଙ୍କୁ ଅନୁଭବୀ ଖେଳାଳିଙ୍କ ଆବଶ୍ୟକତା ପଡ଼ିବ। ତେଣୁ ଏମିତି ସ୍ଥିତିରେ ମହମ୍ମଦ ସିରାଜଙ୍କୁ ଦଳରେ ସୁଯୋଗ ଦିଆଯିବା ଉଚିତ୍। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.